Uncategorized

ୟେମେନ: ବାଲାଷ୍ଟିକ ମିସାଇଲ ଆକ୍ରମଣରେ ୭୦ ଯବାନ ମୃତ

ଶାନା: ୟେମେନର ମାରିବ ଅଞ୍ଚଳରେ ଏକ ବାଲାଷ୍ଟିକ ମିସାଇଲ ଆକ୍ରମଣରେ ପ୍ରାୟ ୭୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ରବିବାର ଦିନ ସରକାରୀ ଭାବେ ଘୋଷଣା କରାଯାଇଛି । ଶନିବାର ରାତିରେ ମାରିବଠାରେ ଥିବା ଅଲ ନକଷ୍ଟିକବାଲ ମିଲିଟାରୀ କ୍ୟାମ୍ପରେ ଥିବା ଏକ ମସଜିଦ ନିକଟରେ ଏକ ବାଲାଷ୍ଟିନ ମିସାଇଲର ଆକ୍ରମଣ ହୋଇଥିଲା । ଏଥିରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡର୍ଜନରୁ ଅଧିକ ସୈନିକ ଆହତ ହୋଇ ଚିକିତ୍ସିତ ଅଛନ୍ତି ।
ୟେମେନି ସରକାରୀ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନର ସହଯୋଗୀ ହାଉଥି ବିଦ୍ରୋହୀଙ୍କୁ ଦାୟୀ କରିଛନ୍ତି । କିନ୍ତୁ ହାଉଥି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ନିଜ ଆଡୁ ଦାବି କରିନାହିଁ । ଏହି ଆକ୍ରମଣ ପରେ ମାରିବ ଆକ୍ରମଣ ପରେ ସାଉଦି ସେନା ପକ୍ଷରୁ ହାଉଥିର ମିଲିଟାରୀ କାମ୍ପ ଉପରେ ଆକ୍ରମଣ କରାଯାଇଛି । ୨୦୧୪ର ଶେଷରେ ୟେମିନର ଉତ୍ତରାଞ୍ଚଳର ଅଧିକାଂଶ ସ୍ଥାନକୁ ହାଉଥି ବିଦ୍ରୋହୀ ନିଜ କବ୍ଚାକୁ ନେଇଯାଇଛନ୍ତି ।

Related posts

ଭାରତୀୟ ଯବାନ କରୋନା ଆକ୍ରାନ୍ତ

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସ

mahabharatanews

Leave a Comment