ଖେଳ

ଚୋରି ଅଭିଯୋଗରେ ଭାରତୀୟ କ୍ରିକେଟର

ଶ୍ରୀନଗର: ପିଚ ରୋଲର ଚୋରି କରିବା ଅଭିଯୋଗରେ ଫସିଯାଇଛନ୍ତି ଭାରତର ଜଣେ ଷ୍ଟାର ଅଲରାଉଣ୍ଡର । ଯାହାକୁ ନେଇ ଏବେ ସେ ଖୁବ ଅଡୁଆରେ । ରୋଲର ଫେରାଇବାକୁ ନୋଟିସ ମିଳିଥିବା ବେଳେ ରୋଲର ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭାରତୀୟ ଷ୍ଟାର ଅଲରାଉଣ୍ଡର ପରଭେଜ ରସୁଲଙ୍କ ନାମରେ ଆସିଛି ପିଚ ରୋଲର ଚୋରି ଅଭିଯୋଗ । ଏ ସମ୍ବନ୍ଧରେ କହିଛି ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ । ଏଥିସହ ପିଚ ରୋଲର ଫେରାଇବାକୁ ରସୁଲଙ୍କୁ ଆସୋସିଏସନ ତରଫରୁ ଚେତାବନୀ ଦିଆଯାଇଛି । ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିଳିଛି ଚେତାବନୀ । ଆହୁରି ମଧ୍ୟ ଆସୋସିଏସନ କହିଛି ଯେ, ରସୁଲଙ୍କ ପାଖରେ ଭରସା କରି କ୍ରିକେଟ ବାବଦୀୟ ସମ୍ପତ୍ତି ରଖାଯାଇଥିଲା । କିନ୍ତୁ ସେ ବିଶ୍ୱାସ ଭାଙ୍ଗିଛନ୍ତି । ଏକ ସପ୍ତାହ ମଧ୍ୟରେ ରସୁଲଙ୍କୁ ପିଚ୍ ରୋଲର ଫେରାଇବାକୁ ପଡିବ ।

J&K Cricketer Parvez Rasool accused of stealing pitch roller dgtl -  Anandabazar
ସେପଟେ ଅସୋସିଏସନର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରଭେଜ । ଜମ୍ମୁ-କଶ୍ମୀର ପାଇଁ ସେ ସବୁ କିଛି ତ୍ୟାଗ କରି ସାରିବା ପରେ ମଧ୍ୟ ବୋର୍ଡ ତରଫରୁ ତାଙ୍କୁ ଏପରି ବ୍ୟବହାର କରାଯାଉଥିବା ଏକ ସାକ୍ଷାତକାରରେ କହିଛନ୍ତି ରସୁଲ । ବିସିସିଆଇ ଦ୍ୱାରା ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ପାଇଁ ନିଯୁକ୍ତ ୩ ସଦସ୍ୟଙ୍କ ମଧ୍ୟରୁ ଅନିଲ ଗୁପ୍ତା କହିଛନ୍ତି ଯେ, ଘଟଣାକୁ ବଡ କରାଯାଉଛି । କେବଳ ପରଭେଜ ରସୁଲଙ୍କୁ ନୁହେଁ ସମସ୍ତ ଜିଲ୍ଲା ଆସୋସିଏସନକୁ ଚେତାବନୀ ଦେଇଛନ୍ତି । ଯେଉଁମାନେ ଆସୋସିଏସନର ସାମଗ୍ରୀ ନେଇଛନ୍ତି ସମସ୍ତଙ୍କୁ ଫେରାଇବାକୁ ହେବ । ଅଭିଯୋଗ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିଠି ଲେଖାଯାଇ ଏନେଇ ଅବଗତ କରାଯାଇଛି । ତେବେ ଏସବୁକୁ ନେଇ ମାନସିକ ଚିନ୍ତାରେ ପଡିଯାଇଛନ୍ତି ରସୁଲ ।
ଚୋରି ଅଭିଯୋଗରେ ଫସିଲେ ଷ୍ଟା ଖେଳାଳୀ
ପିଚ ରୋଲର ଚୋରି ଅଭିଯୋଗରେ ଭାରତୀୟ ଖେଳାଳୀ

Related posts

ନୀରଜଙ୍କୁ ମିଳିଲା ଆଉ ଏକ ବଡ ଉପହାର

mahabharatanews

ହକିରେ ଜର୍ମାନୀଠୁ ହାରିଲା ଭାରତ

mahabharatanews

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

mahabharatanews