ଭାରତ

ରନଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ନିରାପଦ

ଆସାମ ଜୋରହାଟ ବିମାନ ବନ୍ଦରରେ ରନଓ୍ବେରୁ ଖସିଗଲା ଇଣ୍ଡିଗୋ । ଟେକ୍‌-ଅଫ୍‌ କରିବା ବେଳେ ଇଣ୍ଡିଗୋର ଏକ ବିମାନ ରନ୍‌ୱେରୁ ଖସି ଯାଇଛି। ଏଥିରେ କେହି ଯାତ୍ରୀ ଆହତ ହୋଇ ନ ଥିବା ଖବର ରହିଛି। ୬E-୭୫୭ ଇଣ୍ଡିଗୋ ବିମାନ ଜୋରହାଟରୁ କୋଲକାତା ଯିବାର ଥିଲା । ମାତ୍ର ଉଡାଣ ବେଳେ ଏହାର ଚକ କାଦୁଅରେ ପଶିଯିବାରୁ ଏହାକୁ ପୁଣି ୱେ କୁ ଅଣାଯାଇଥିଲା । ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ଇଣ୍ଡିଗୋ ଏୟାରଲାଇନ୍ସର କହିବା ହେଲା, ପ୍ରାଥମିକ ଯାଞ୍ଚରେ ବିମାନରେ କୌଣସି ତ୍ରୁଟି ମିଳିନାହିଁ। ରିପୋର୍ଟ ମୁତାବକ, ରନ୍‌ୱେରୁ ଖସିଯିବାର ତୁରନ୍ତ ପରେ ପାଇଲଟ୍‌ ବିମାନ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇଥିଲା। କିଛି ସମୟ ପରେ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ପାଇଁ ଉଡ଼ାଣ କରିଥିଲେ।
ତେବେ ଏହି ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ବିମାନ ଚକ କାଦୁଅ ପଡ଼ିଆ ଭିତରେ ଫସି ରହିଥିବା ଦେଖିବାକୁ ମିଳୁଛି। Airport Authority of Indiaର ଜଣେ ଅଧିକାରୀ କହିଛନ୍ତି, ଜୋରହାଟ-କୋଲକାତା ରୁଟ୍‌ରେ ଚାଲୁଥିବା ଇଣ୍ଡିଗୋ 6F 757ରେ ବୈଷୟିକ ତ୍ରୁଟି କାରଣରୁ ଜୋରହାଟରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବିମାନ ଅଟକି ରହିଥିଲା। ପରେ ଉଡ଼ାଣକୁ ରଦ୍ଦ କରି ଦିଆଯାଇଥିଲା। ରାତି ପାଖାପାଖି ୮ଟା ୧୫ ମିନିଟ୍‌ରେ ଉଡ଼ାଣ ରଦ୍ଦ ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ରହିଛି।

Related posts

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews

୨୪ଘଣ୍ଟାରେ ଦେଶରୁ ୮୬୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ 

mahabharatanews