ଓଡିଶା

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସହର ଗାନ୍ଧିନଗର ରୋଡ ସ୍ଥିତ ଏକ ଘରୋଇ କ୍ଲିନିକରେ ଜଣେ ଯୁବକଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ଅନ୍ତର୍ଗତ ବଉଳପୁର ପାଟଣା ଗାଁର ଅମିୟ କୁମାର ଜେନା ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସାଙ୍ଗମାନେ ବୁଧବାର ସକାଳେ ସହରରେ ଥିବା ସରସ୍ୱତୀ କ୍ଲିନିକ୍କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେବା ପରେ ଘରକୁ ଫେରାଇ ନେଇଥିଲେ । କିନ୍ତୁ ଅମିୟ ଏଥିରେ ସୁସ୍ଥ ନ ହେବାରୁ ତାଙ୍କୁ ଗୁରୁବାର ସକାଳେ ପୁଣି ସେହି କ୍ଲିନିକ୍କୁ ଆଣିଥିଲେ । ତେବେ ଏଠାରେ ସାଲାଇନ୍ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ଯୁବକଙ୍କର ଅସୁସ୍ଥତାକୁ ଦେଖି ଡାକ୍ତର ଜରୁରୀକାଳୀନ ଚିକିତ୍ସା ଭାବେ ତାଙ୍କୁ ପେନକିଲର ଓ ଆଣ୍ଟାସିଡ ଦେଇଥିଲେ । ପରେ କିଛି ସୁଫଳ ନମିଳିବାରୁ ତାଙ୍କର ହୃଦରୋଗ ଥିବା ଅନୁମାନ କରି ଡାକ୍ତର ସାଲାଇନ ଦେଇଥିଲେ । ତେବେ କ୍ଲିନିକର ଡାକ୍ତର ଭୁଲ ଇଞ୍ଜେକସନ୍ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରି ଟାଉନ ଥାନାରେ ଏତଲା ଦେଇଛନ୍ତି ।

Related posts

ଅଗ୍ନିକାଣ୍ଡରେ ୧୦ ବଖରା ପୋଡି ପାଉଁଶ

mahabharatanews

ବଦଳି ଯାଇଛି ପାଣିପାଗର ମିଜାଜ ;୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର

mahabharatanews

୪ ବର୍ଷରେ ୧୯୨ କଲରାପତରିଆ ଉଭାନ

mahabharatanews