ଓଡିଶା

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସହର ଗାନ୍ଧିନଗର ରୋଡ ସ୍ଥିତ ଏକ ଘରୋଇ କ୍ଲିନିକରେ ଜଣେ ଯୁବକଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ଅନ୍ତର୍ଗତ ବଉଳପୁର ପାଟଣା ଗାଁର ଅମିୟ କୁମାର ଜେନା ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସାଙ୍ଗମାନେ ବୁଧବାର ସକାଳେ ସହରରେ ଥିବା ସରସ୍ୱତୀ କ୍ଲିନିକ୍କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେବା ପରେ ଘରକୁ ଫେରାଇ ନେଇଥିଲେ । କିନ୍ତୁ ଅମିୟ ଏଥିରେ ସୁସ୍ଥ ନ ହେବାରୁ ତାଙ୍କୁ ଗୁରୁବାର ସକାଳେ ପୁଣି ସେହି କ୍ଲିନିକ୍କୁ ଆଣିଥିଲେ । ତେବେ ଏଠାରେ ସାଲାଇନ୍ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ଯୁବକଙ୍କର ଅସୁସ୍ଥତାକୁ ଦେଖି ଡାକ୍ତର ଜରୁରୀକାଳୀନ ଚିକିତ୍ସା ଭାବେ ତାଙ୍କୁ ପେନକିଲର ଓ ଆଣ୍ଟାସିଡ ଦେଇଥିଲେ । ପରେ କିଛି ସୁଫଳ ନମିଳିବାରୁ ତାଙ୍କର ହୃଦରୋଗ ଥିବା ଅନୁମାନ କରି ଡାକ୍ତର ସାଲାଇନ ଦେଇଥିଲେ । ତେବେ କ୍ଲିନିକର ଡାକ୍ତର ଭୁଲ ଇଞ୍ଜେକସନ୍ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରି ଟାଉନ ଥାନାରେ ଏତଲା ଦେଇଛନ୍ତି ।

Related posts

କାଲିଠୁ ରାଜ୍ୟର ୫ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

mahabharatanews

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ

mahabharatanews