(ର୍ପ୍ରିୟଦର୍ଶନୀ ସ୍ୱାଇଁ): ଆଜି ମାଘ ଶୁକ୍ଳ ପକ୍ଷରେ ବିଦ୍ୟାଦାତ୍ରୀ ମା ସ୍ୱରସ୍ୱତୀଙ୍କ ଆରଧନା ପାଇଁ ଉସ୍ୱବ ମୁଖର ଗାଁ ଠାରୁ ସହର । ଏହି ଦିନରେ ଶିଶୁମାନେ ଖଡ଼ି ଛୁଆଇଁ ନିଜର ପାଡପଢ଼ା ଆରମ୍ଭ କରିଥାନ୍ତି । ଏ ହେଉଛି ଭୁବନେଶ୍ୱର ସ୍ଥିତ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ-୮ଅଚ୍ଚର୍ନା କାର୍ଯ୍ୟକ୍ରମର ଦୃଶ୍ୟ । ଯାହା ଅତ୍ୟନ୍ତ ମନୋଲୋଭାଏବଂ ମହତପୁର୍ଣ୍ଣ ଉଦେ୍ଧଶ୍ୟ ନେଇ ପାଳିତ ହୋଇଛି । ଭୋର ୬.୪୫ରୁ ନିତ୍ୟକର୍ମ ସାରି ଛାତ୍ରଛାତ୍ରୀମାନେ ଫୁଲ,ଦୀପ,ନବୈଦ୍ୟ ଆଣି ଷୋଢ଼ଶ ପୁଜାଚ୍ଚର୍ନା କରିଥିଲେ । ଏହି ବିଦ୍ୟାମନ୍ଦିର ମୁଖ୍ୟ ଆକର୍ଷଣ ହେଉଛି , ଛାତ୍ରଛାତ୍ରୀମାନେ ରଙ୍ଗବେରଙ୍ଗର ପୋଷାକ ନପିନ୍ଧି ପ୍ରତିଦିନ ଭଳି ଆଜି ମଧ୍ୟ ସ୍କୁଲ ୟୁନିଫର୍ମ ପିନ୍ଧି ଏକତାର ବାର୍ତ୍ତା ଦେଉଛନ୍ତି । ଏପରି ଏକ ନିଆରା ଢ଼ଙ୍ଗରେ ପ୍ରତି ଶ୍ରେଣୀନୁଶାରେ ଶୃଙ୍ଖଳାର ସହିତ ଧାଡ଼ି ବାନ୍ଧି ମା ସ୍ୱରସ୍ୱତୀଙ୍କୁ ଆବାହନ କରିଛନ୍ତି ଛାତ୍ରଛାତ୍ରୀ । ଏହି ଅବସରରେ କୁନିକୁନି ପିଲାମାନେ ଭଜନ ଗାନ କରି ନୃତ୍ୟ ମଧ୍ୟ ପରିବେଶଷ କରିଥିଲେ । ପୁଜା ଶେଷରେ ଛାତ୍ରଛାତ୍ରୀମାନେ ଅର୍ଣ୍ଣ,ଡ଼ାଲମା,ଖଟା,କ୍ଷୀରୀ ପ୍ରସାଦ ସେବନ କରି ଘରକୁ ଫେରିଛନ୍ତି ।
previous post
next post