Uncategorized

ଶ୍ରୀଲଙ୍କାରେ ପହଞ୍ଚିଲା ଆଇଏନଏସ ଜଳାଶ୍ୱ

ନୂଆଦିଲ୍ଲୀ : ଲକଡାଉନ ପାଇଁ ବିମାନ ଓ ଜାହାଜ ଚଳାଚଳ ବନ୍ଦ ରହିଥିଲା । ତେଣୁ ବିଦେଶରେ ଫଶି ରହିଥିଲେ ବହୁ ଭାରତୀୟ । ସରକାର ସେମାନଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିଶନ ଏବଂ ଅପରେସନ ସମୁଦ୍ର ସେତୁ ଆରମ୍ଭ କରିଥିଲେ । ସମୁଦ୍ର ସେତୁ ର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟରେ ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରେ ପହଞ୍ଚିଛି । ଆଜି ଜାହାଜଟି ୭୦୦ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଆସିବ । ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରୁ ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନ ଆସିବ ।
ସୂଚନାଯୋଗ୍ୟ ଭାରତୀୟ ନୌସେନା ସମୁଦ୍ର ସେତୁ ଅଭିଯାନରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଦ୍ୱିତୀୟ ପର୍ୟ୍ୟାୟରେ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟଙ୍କୁ ଫେରାଇ ଅଣାଯିବ । ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି।

Related posts

ବିଦ୍ୟୁତ ଆଘାତରେ ଚାଷୀ ମୃତ

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଲାଗୁ ହେବ ଡ୍ରେସ କୋର୍ଡ

mahabharatanews

ଖୋଲିବାକୁ ଥିବା କାରଖାନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା

mahabharatanews