ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ ।ଏହି ଦିବସ ଅବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାରୀଶକ୍ତି ଓ ସେମାନଙ୍କ ସଫଳତାକୁ ସଲାମ୍ ଜଣାଇବା ସହ ଦେଶର ବାକାଶ ଯାତ୍ରାରେ ନାରୀ ଶକ୍ତିକୁ ଆଗରେ ରଖିବା ପାଇଁ ଅନେକ ଚେଷ୍ଟା କରାଯାଇଥିବା କହିଛନ୍ତି ମୋଦି ।
ସେହିପରି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସେ ପ୍ରଶଂସା କରିବା ସହ ମହିଳାଙ୍କ ନେତୃତ୍ୱକୁ ସମ୍ମାନ ଦେବା ପାଇଁ ଆହ୍ୱାନ କରିଛନ୍ତି ।
