ଭାରତ

ହରିୟାଣାରେ ଆଜିଠୁ ଇଣ୍ଟରନେଟ ସେବା !

(ହରିୟାଣା) : ବିଶ୍ୱ ହିନ୍ଦୁ ପରିଷଦ ଘୋଷଣା ହେବା ପରେ ଆଜି ବ୍ରଜ ମଣ୍ଡଳ ଜଳାଭିଶେକ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଶୋଭାଯାତ୍ରା ପାଇଁ ଅନୁମତି ନ ଦେବା ସତ୍ତ୍ୱେ ହରିୟାଣାର ନୁହ ଜିଲ୍ଲାରେ ସୋମବାର ସାରଭା ଜାତି ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ଏକ ‘ଶୋଭା ଯାତ୍ରା’ର ଆୟୋଜନ କରାଯାଇଛି । ଯାହା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।  ନୁହରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଜନସାଧାରଣଙ୍କୁ ନିବେଦନ କରି ଜିଲ୍ଲା ପ୍ରଶାସନ ଧାରା ୧୪୪  ଲାଗୁ କରିଛି।

ଫଳରେ ଏହି ଶୋଭାଯାତ୍ରା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲାରେ ସ୍କୁଲ, କଲେଜ ଏବଂ ବ୍ୟାଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନୁହ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଅଶ୍ୱାନୀ କୁମାର ସୂଚନା ଦେଇଛନ୍ତି । ୨୬ ଅଗଷ୍ଟରୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାର ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଥିଲେ ।
+

Related posts

ଦିଲ୍ଲୀରେ ପ୍ରବଳ ଥଣ୍ଡା,ସତର୍କତା ଜାରି 

mahabharatanews

ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ଦିଦି

mahabharatanews

ଜି-୨୦ ସମ୍ମିଳନୀ; ଆୟୋଜିତ ହେବ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା

mahabharatanews