ଭାରତ

ହୋଲି ପାଇଁ ଗଡିବ ସ୍ୱତନ୍ତ୍ର ଟ୍ରେନ

(ଦିଲ୍ଲୀ) : ୨୫ ମାର୍ଚ୍ଚ ୨୦୨୪ରେ ସାରା ଦେଶରେ ହୋଲି ପାଳନ କରାଯିବ । ରଙ୍ଗର ଏହି ପର୍ବ ସମସ୍ତେ ନିଜ ପରିବାର ସହ ସେଲିବ୍ରେଟ୍ କରିବା ପାଇଁ ପସନ୍ଦ କରନ୍ତି । ନିଜ ଘରଠୁ ଦୂରରେ ରହୁଥିବା ଲୋକେ ଏହି ସମୟରେ ଘରକୁ ଫେରିବା ପାଇଁ ମନେ କରନ୍ତି । ହେଲେ ବେଳେ ବାଧକ ସାଜିଥାଏ ଟ୍ରେନ୍, ଫ୍ଲାଇଟ୍ ଟିକେଟ୍ । ହେଲେ ଏବେ ହୋଲିକୁ ନଜରରେ ରଖି ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି । ହୋଲି ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।

ସୂଚନାନୁଯାୟୀ , ଭାରତୀୟ ରେଳବାଇ ହୋଲିରେ ୨୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନେଇ ଘୋଷଣା କରିଛି । ଯାହା ଦ୍ୱାରା ଯାତ୍ରୀ ମାନେ ସହଜର କନଫର୍ମ ଟିକେଟ୍ ପାଇପାରିବେ । ପୂର୍ବ କେନ୍ଦ୍ରୀୟ ରେଳବାଇର ସି.ଆର.ପି. ବିରେନ୍ଦ୍ର କୁମାର କହିଛନ୍ତି ଯେ ପୂର୍ବରୁ ଘୋଷିତ ଟ୍ରେନ୍ ବ୍ୟତୀତ ହୋଲି ଅବସରରେ ସହଜ ଯାତ୍ରା ପାଇଁ ୨୦ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ଏହିପରି ମୋଟ୍ ୫୧ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଆବଶ୍ୟକତା ଅନୁଯାୟୀ ଟ୍ରେନ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରିବ । ହୋଲି ୨୦୨୪କୁ ନଜରରେ ରଖି ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।

Related posts

ଆତଙ୍କବାଦୀ ପରମଜିତକୁ ଗୁଳିକରି ହତ୍ୟା

mahabharatanews

୨୩ରେ ଇଡି ପାଖରେ ହାଜର ହେବେ ସୋନିଆ ଗାନ୍ଧୀ

mahabharatanews

ଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣ

mahabharatanews