ଓଡିଶା

ବଦଳିଲା ଆଇଏସ୍ ଦାୟିତ୍ୱ

ଭୁବନେଶ୍ୱେର :ଆଇଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରା ଯାଇଛି । ଗତକାଲି ବିଭିନ୍ନ ନିଗମର ଅଧକ୍ଷ୍ୟ ଓ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ନୟାଗଡ ଜିଲ୍ଲାପାଳ ଭାବେ ରବିନ୍ଦ୍ର ନାଥ ସାହୁଙ୍କୁ ବଦଳି କରାଯାଇଥିବା ବେଳେ ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଏମ୍ଡି ଭାବେ ଡ. ପେମା ଟୁଡୁଙ୍କୁ ବଦଳି କରାଯାଇଛି । କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲେଙ୍କୁ ଅତିରିକ୍ତ ଦାୟିତ୍ୱରେ ଥଇଥାନ କରାଯାଇଛି । ସେହିଭଳି ପୁନର୍ବାର ଆଦିତ୍ୱ ଗୋୟେଲଙ୍କୁ ବରଗଡ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଆଉ ଏକ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କେ. ଆଶୁତୋଷ ଓ ବାଲିଗୁଡା ଉପଜିଲ୍ଲାପାଳ ଭାବେ ମଧୁସ୍ମିତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବେଦଭୂଷଣଙ୍କୁ ଧର୍ମଗଡ ଉରପଜିଲ୍ଲାପାଳ ଏବଂ ସି.କେ ମୋତିରାମଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Related posts

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

mahabharatanews