ଭାରତମନୋରଞ୍ଜନ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

ମୁମ୍ବାଇ : ଆଜି ହେଉଛି ବିଶ୍ୱ ମାନସିକ ଦିବସ । ଏହିଦିନକୁ ନେଇ ଅନେକ କଳାକାର ମାନେ ନିଜ ନିଜ ମତ ଦେଇଥିବା ବେଳେ ଦୀପିକା ପାଦୁକୋଣ ନିଜ ଜୀବନର ଅନୁଭୂତି ସେୟାର କରିଛନ୍ତି । ତବେ ଦୀପିକା ୨୦୧୫ରେ ତାଙ୍କର ଉଦାସୀନତା ବିଷୟରେ କହିଥିଲେ । ଉଦାସୀନତାରେ ତାଙ୍କର ଦିନ ରାତି କଟୁଥିବା ବେଳେ ଦୀପିକାଙ୍କ ମାଆ ତାଙ୍କର ଏହି ଲକ୍ଷଣକୁ ଜାଣିପାରିଥିଲେ । ସେ କହିଛନ୍ତି କଠିନତା କଣ ମୁଁ ଜାଣିପାରେ ହେଲେ କାହା ଆଗରେ ପ୍ରକାଶ କରିପାରେ ନାହିଁ । କାରଣ ନିଜେ ତାହାକୁ ତୁରନ୍ତ ବୁଝିପାରୁନଥିଲେ ।

ସେ ନିଦ୍ରାରେ ଶୟନ କରୁଥିଲେ ହେଲେ ଉଠିବାର ଅନୁଭବ କରିପାରୁନଥିଲେ । ସବୁବେଳେ ଭୟଭୀତ ହୋଇ ରହୁଥିଲେ । ଦୀପିକା ପାଦୁକୋଣଙ୍କୁ ଆଲାରାମର ଶବ୍ଦ ଆଦୌଂ ପସନ୍ଦ ନୁହେଁ । ଶେଷରେ ତାଙ୍କର ଏହି ଉଦାସୀନ ବିଷୟରେ ଜଣଙ୍କ ସହ କଥା ହୋଇ ମାନସିକ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ସେ ଏହି କଥାକୁ ଏକ ସାକ୍ଷାତକାର ଶୋ ଇଣ୍ଟରଭ୍ୟୁରେ ଜଣାଇଥିଲେ । ଦୀପିକା ଅନ୍ୟମାନଙ୍କୁ ଏହି ମାନସିକ ରୋଗରୁ ରକ୍ଷା କରିବା ପାଇଁ ଲାଇଭ ଲଭ ଲାଫ ଫାଉଣ୍ଡେସନ ଆରମ୍ଭ କରିଥିଲେ । ଶେଷରେ ସେ କହିଛନ୍ତି ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ।

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

ଅଗ୍ରୀମ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଆୟ କଲା ଫିଲ୍ମ ‘ଆଦିପୁରୁଷ’

mahabharatanews

୨୦୨୪ରେ ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠା ହୋବ ରାମଙ୍କ ବିଗ୍ରହ

mahabharatanews