(ଦିଲ୍ଲୀ) : ଇସ୍ରାଏଲୀ ସେନା ସୋମବାର ୱେଷ୍ଟ ବ୍ୟାଙ୍କର ଜେନିନ ସହର ଉପରେ ଡ୍ରୋନ ଆକ୍ରମଣ କରିଛି। ଫଳରେ ୮ ଜଣ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା ଏବଂ ଜେନିନ ବିଗ୍ରେଡ ମଧ୍ୟରେ ଦିନସାରା ଗୁଳିଗୋଳା ବର୍ଷା ଚାଲିଛି।
ସୂଚନାନୁଯାୟୀ , ଶିବିରକୁ ଟାର୍ଗେଟ କରି ଆକାଶ ମାର୍ଗରୁ ଇସ୍ରାଏଲ ଆକ୍ରମଣ କରିଛି। ସକାଳେ ସହରରେ ଅତିକମରେ ୬ଟି ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସହରର ପ୍ରାୟ ଅଧ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୧୪ ହଜାର ପାଖାପାଖି ଶରଣାର୍ଥୀ ବାସ କରୁଛନ୍ତି।