(ଦିଲ୍ଲୀ) : ଆଖି ବୁଜିଲେ ମଲୟାଲି ସିନେମାରେ ଖଳନାୟକ ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା କଜାନ ଖାନ। ସୋମବାର କେରଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ହୃଦଘାତ ହେତୁ କଜାନଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି। ଅନେକ ସିନେମାରେ ଦର୍ଶକ କଜାନଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ପାଇଛନ୍ତି। ମଲୟାଲମ ସିନେମା ବ୍ୟତୀତ ତାମିଲ ଓ କନ୍ନଡ଼ ସିନେମା ଇଣ୍ଡଷ୍ଟ୍ରିରେ ସେ ପାଖାପାଖି ୫୦ସିନେମାରେ କାମ କରି ସାରିଛନ୍ତି।
ସୂଚନାନୁଯାୟୀ , ଅଭିନେତାଙ୍କ ମୃତ୍ୟୁ ଖବରକୁ ପ୍ରଡକସନ କଣ୍ଟ୍ରୋଲର ଓ ପ୍ରଯୋଜକ ଏନଏମ ବଦୁଶା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଥିଲେ । ଏହି ଖବର ମିଳିବା ପରେ ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି। ଅନେକ କଳାକାର କଜାନ ଖାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
