ଅମରାବତୀ: ଇସ୍ରୋ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ ଲଞ୍ଚ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ରବିବାର ସକାଳ ୯ଟା ୧୮ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ପ୍ରଥମ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଏସଏସଏଲଭି-ଡି୧ ଉତକ୍ଷେପଣ କରିଛି ଏବଂ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୨) ଏବଂ ଛାତ୍ରଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ‘AzadiSAT’ ସହିତ ଉତ୍ କ୍ଷେପଣ କରିଛି। ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ଏହା ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ । ଏହାର ଲମ୍ବ ୩୪ ମିଟର ରହିଥିବାବେଳେ ବ୍ୟାସ ରହିଛି ୬ ଦଶମିକ ୭ ଫୁଟ । ଏହାର ମୋଟ ଓଜନ ୧୨୦ ଟନ୍ । ଏହା PSLV ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ । ଏହାର ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ । ଏହା ମାଧ୍ୟମରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ ବୋଲି କହିଛି ISRO (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ।
previous post