ଭାରତ

କୋଭାକ୍ସିନ ଟିକା ବଢାଇଲା ଚିନ୍ତା

(ଦିଲ୍ଲୀ):  କରୋନା ଟିକାକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଉକ୍ତ କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିବା ପରେ ସାରା ବିଶ୍ୱରେ ହଇଚଇ ଖେଳିଯାଇଥିଲା। ତେବେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା କୋଭାକ୍ସିନ ମଧ୍ୟ ବିବଦମୁକ୍ତ ନୁହେଁ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ , ଏହି ଟିକା ନେଇଥିବା ଏକତୃତୀୟାଂଶରୁ ଊର୍ଦ୍ଧ୍ୱ ବ୍ୟକ୍ତି ବର୍ଷକ ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଟିକା ନେବା ପରବର୍ତ୍ତୀ ସମୟରେ ଶ୍ୱାସନଳୀ ଉପର ଭାଗରେ ଭାଇରାଲ ସଂକ୍ରମଣ ସମେତ ବିଭିନ୍ନ ସଂକ୍ରମଣର ସମ୍ମୁଖୀନ ହୋଇଥିବା ସର୍ଭେରେ ଭାଗ ନେଇଥିବା ପାଖାପାଖି ୫୦ ପ୍ରତିଶତ କହିଛନ୍ତି। ବିଏଚ୍‌ୟୁ ଟିମ୍‌ ପକ୍ଷରୁ ୯୨୬ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା।

Related posts

ଜୁନରେ ଦେଶରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ !

mahabharatanews

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews

ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

mahabharatanews