(ଭୁବନେଶ୍ୱର) : ଏଣିକି ଜଗନ୍ନାଥ ପାଖରେ ପହଞ୍ଚିବାକୁ ଆଉ ହେବନି ଅସୁବିଧା । ଭକ୍ତମାନେ ନିଜ ଜିଲ୍ଲାରୁ ସିଧାସଳଖ ପୁରୀରେ ପହଞ୍ଚି ଅତି ସୁବିଧାରେ ଜଗଦା ଦର୍ଶନ କରିପାରିବେ । ଏ ନେଇ ରାଜ୍ୟ ସରକରା ଆରମ୍ଭ କରୁଛନ୍ତି ଜଗନ୍ନାଥ ଏକ୍ସପ୍ରେସ୍ । ଆଜି ଠାରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ପତକା ଦେଖାଇ ଶୁଭାରମ୍ଭ କରିବେ ।
ସୂଚନାନୁଯାୟୀ , ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ବିଳାସପୂର୍ଣ୍ଣ ବସ୍ । ଭୂମିକମ୍ପ ଝଟକାରେ ଥରିଲା ଜୟପୁର ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ । ପରବର୍ତ୍ତି ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି । ଏହି ସେବା ଆରମ୍ଭ ହେବା ପରେ ପୁରୀ ସହିତ ୩୦ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ଯୋଜନାରେ ସାମିଲ କରାଯାଇଛି । ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଏହି ପୁରୀ ଗଡ଼ିବ ବସ ।