ଓଡିଶା

କୁଳିଦାରେ ନିଆରା ଢଙ୍ଗରେ, ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

(ଅଜିତ ସାହୁ/ ଜଳେଶ୍ୱର): ଆଜି ହେଉଛି, ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସାରା ଦେଶ,ରାଜ୍ୟ ସମେତ ବାଲେଶ୍ୱର ଜିଲ୍ଲାର ଭୋଗରାଇ,ବାଲିଆପାଳ, ଜଳେଶ୍ବର,ଆଦି ଅଞ୍ଚଲରେ ଯୋଗ ଶିବିର ଅନୁଷ୍ଠିତ ହୋଇ ଥିବା ବେଳେ ବସ୍ତା ବ୍ଲକ କୁଳିଦା ପଞ୍ଚାୟତରେ ନିଆରା ଢଙ୍ଗରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଳିଦା ସରପଞ୍ଚ ସୁନୀଲ ସେନାପତି ଓ ବିଜୁ ଯୁବବାହିନୀ ର ପ୍ରତକ୍ଷ ତତ୍ୱାବଧାନରେ ପଂଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପଂଚାୟତ ସ୍ତରୀୟ ମହିଳା ମହାସଙ୍ଘ ସହିତ କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ପ୍ରବାସିଙ୍କୁ ନେଇ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୋଗ ଶିକ୍ଷକ ଭାବେ ଅଚ୍ୟୁତ ମହାନ୍ତି, ଶୁଭସ୍ମିତା ନାୟକ ଯୋଗ ଦେଇଥିବା ବେଳେ, ବିଜୁ ଯୁବଵାହୀନି ସଭାପତି ଅରବିନ୍ଦ ପ୍ରଧାନ, ନୋଡାଲ ଅଫିସର ସୁବାସ ଚନ୍ଦ୍ର ନାୟକ ସହଯୋଗ କରିଥିଲେ। ଶେଷରେ ଯୁବ ବାହିନୀ ଓ ପଂଚାୟତ ପକ୍ଷରୁ କରୋନା ସଚେତନ ବାର୍ତା ଦେବା ସହିତ ଯୋଗର ମାହାତ୍ମ୍ୟ ଓ ଉପାଦେୟତା ବିଷୟରେ ଆଲୋକ ପାତ କରାଯାଇଥିଲା। ଏହି ଅବସରରେ ସାମ୍ୱାଦିକ, ଆଶା, ଅଙ୍ଗନବାଡି କର୍ମୀ ସହିତ ସମସ୍ତ ପ୍ରବାସୀଙ୍କୁ ମାସ୍କ, ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରା ଯାଇ ପ୍ରବାସି ମାନଙ୍କୁ ବିଦାୟ ଦିଆଯାଇଥିଲା।

Related posts

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

mahabharatanews

ଆସନ୍ତାକାଲି ୧୩ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

mahabharatanews