Uncategorized

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

(ନୂଆଦିଲ୍ଲୀ): ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ ଘଟଣାକୁ ନେଇ ସ୍ଥିତି ବିଗିଡିବାରେ ଲାଗିଛି । ଏହି ଗୁଳିକାଣ୍ଡକୁ ବିରୋଧ କରି ଶୁକ୍ରବାର ଠାରୁ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରେ ଲାଗିଛନ୍ତି । ନ୍ୟାୟ ଦାବିରେ ପୋଲିସ ମୁଖ୍ୟାଳୟ ସାମ୍ନାରେ ମଧ୍ୟ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା । ରାତି ତମାମ ଆନ୍ଦୋଳନ କରୁଥିବା ଶିକ୍ଷାର୍ଥୀଙ୍କୁ ଆଜି ପୋଲିସ ସେଠାରୁ ହଟାଇଛି । ୬୦ରୁ ଅଧିକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଛି । ତଥାପି ଅନେକ ସ୍ଥାନରେ ବିକ୍ଷୋଭ ଜାରି ରହିଛି । ଶୁକ୍ରବାର ଶିକ୍ଷାର୍ଥୀମାନେ ଆନ୍ଦୋଳନ କରିବାରୁ ଏହି ରାସ୍ତାକୁ ପୋଲିସ ବନ୍ଦ କରିଥିଲା । ତେବେ ଆନ୍ଦୋଳନ ବ୍ୟାପକ ରୂପ ନେବାକୁ ବସିବାରୁ ଶୁକ୍ରବାର ପୋଲିସ ବିକ୍ଷୋଭକାରୀଙ୍କୁ ଏଠାରୁ ହଟାଇ ଦେଇଛି । ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନରେ ଜଣେ ଦୁର୍ବୃତ୍ତ ଜାମିଆ ନିକଟରେ ପହଞ୍ଚି ସିଏଏ ବିରୋଧରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳିମାଡ କରିଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ପୋଲିସ ଅ।।କ୍ରମଣକାରୀ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ।

Related posts

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

mahabharatanews

ନୂଆଖାଇ ଜୁହାର ଜଣାଇଲେ ମୋଦି

mahabharatanews

ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସିଏଏ ଆୟୁଧ: କେରଳ ମୁଖ୍ୟମନ୍ତ୍ରୀ

mahabharatanews