Uncategorized

କର୍ମଚାରୀଙ୍କ ଦରମା ଦେବାକୁ ଦିଲ୍ଳୀ ସରକାର ଅକ୍ଷମ

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦିଲ୍ଲୀ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ଅକ୍ଷମ । ଏଥିନେଇ କେନ୍ଦ୍ରକୁ ୫ ହଜାର କୋଟି ଟଙ୍କା ସହାୟତା ମଗାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ଦିଲ୍ଲୀ ଅର୍ଥ ମନ୍ତ୍ରୀ ସିସୋଦିଆ କହିଛନ୍ତି, ଦିଲ୍ଲୀ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ମାସକୁ ୩ ହଜାର ୫ ଶହ କୋଟି ଟଙ୍କା ଆବଶ୍ୟକ କରିଥାଏ। ଗତ ଦୁଇ ମାସ ମଧ୍ୟରେ ଜିଏସଟି ସଂଗ୍ରହ ଏକ ହଜାର କୋଟି ଟଙ୍କା ହୋଇଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବାକୁ ଅତି କମରେ ୭ ହଜାର କୋଟି ଟଙ୍କା ଆବଶ୍ୟକ ହେଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିପର୍ୟ୍ୟୟ ପ୍ରଶମନ ପାଣ୍ଠିରୁ ଦିଲ୍ଲୀ କିଛି ପାଇ ନ ଥିବାରୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୫ ହଜାର କୋଟି ଟଙ୍କା ଦେବାକୁ ପତ୍ର ଲେଖିଛନ୍ତି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଫସିଥିବା ପ୍ରବାସୀଙ୍କୁ ଘରେ ପହଂଚାଇବା ପର୍ୟ୍ୟନ୍ତ ସମସ୍ତ ଖର୍ଚ୍ଚ ଦେବେ କେଜ୍ରିୱାଲ ସରକାର

mahabharatanews

କରସୋଗ ଘାଟିର ରହସ୍ୟ

mahabharatanews