ଭାରତ

ଜୀବନ ଯୁଦ୍ଧରେ ହାରିଗଲା ଜୁମ୍; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁର

ଶ୍ରୀନଗର: ଭାରତୀୟ ସେନାର ଯୋଦ୍ଧା କୁକୁର ‘ଜୁମ୍‌’ ସହିଦ ହୋଇଯାଇଛି। ଶ୍ରୀନଗରସ୍ଥିତ ୫୪ ଆଡ୍‌ଭାନ୍ସଡ ଫିଲ୍ଡ ଭେଟନାରୀ ହସ୍ପିଟାଲ (54 AFVH)ରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଦେହରେ ଗୁଳିବାଜିଲା, ଗୋଡ ଭାଙ୍ଗିଲା କିନ୍ତୁ ଆତଙ୍କୀଙ୍କୁ ଛାଡିନଥିଲା । ମୃତ୍ୟୁ ସହ ଅନେକ ଘଣ୍ଟାର ଲଢେଇ ପରେ ସାହାସୀ ଜୁମ ଶେଷରେ ହାରିଯାଇଛି । ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଲଢେଇରେ ସାହାସୀ ସେନାର କୁକୁର ଜୁମର ମୃତ୍ୟୁ ହୋଇଛି । ୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ହୋଇଛି ।

ଅକ୍ଟୋବର ୧୦ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଜୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଶ୍ରୀନଗରର ଡାକ୍ତରଖାନାରେ ଜୁମର ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଯାଇଥିଲା । ଦୁଇଟି ଗୁଳି ଲାଗିବା ସହ ଗୋଡ ଭାଙ୍ଗିବା ପରେ ଗୁରୁତର ହୋଇଥିଲା ଜୁମ ।

ଯେତେବେଳେ ଜୁମ୍‌ର କାହାଣୀ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଲା, ସେବେଠାରୁ ଲୋକମାନେ ତା’ର ଆରୋଗ୍ୟ କାମନା କରି ଆସୁଥିଲେ। କିନ୍ତୁ ଶତଚେଷ୍ଟା ସତ୍ତ୍ୱେ ଜୁମ୍‌କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରି ନ ଥିଲା। ଜୁମ୍‌କୁ କେବଳ ଆତଙ୍କବାଦୀଙ୍କୁ କାବୁ କରିବା ଏବଂ ସେମାନଙ୍କୁ ମାରିବାର ଟ୍ରେନିଂ ଦିଆଯାଉଥିଲା। ୧୫ତମ କର୍ପସ୍‌ର ପ୍ରବକ୍ତା କହିଛନ୍ତି ଯେ ଜୁମ୍‌ ବହୁତ ଲୁଚାଛପା ଏବଂ ବୀରତାର ସହିତ ଏହି ଯୁଦ୍ଧ ଲଢ଼ିଥିଲା। ସେ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଖିନ୍‌ଭିନ୍‌ କରି ପକାଇଥିଲା। ସେମାନଙ୍କୁ ଡରାଇ ଦେଇଥିଲା। ପରେ ଆମ ରେଡ୍‌ ଟିମ୍‌ ଉଭୟ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ। ଏହି ଆକ୍ରମଣରେ ଭାରତୀୟ ସେନାର ମଧ୍ୟ ଜଣେ ଯବାନ ଆହତ ହୋଇଛନ୍ତି।

 

 

Related posts

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews