ମନୋରଞ୍ଜନ

ସେପ୍ଟେମ୍ବର ୭ରେ ରିଲିଜ ହେବ କିଙ୍ଗଖାନଙ୍କ ଫିଲ୍ମ ‘ଜୱାନ’

(ମୁମ୍ବାଇ) : ରିଲିଜ ହୋଇଯାଇଛି  ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ  । କିଙ୍ଗ୍ ଖାନଙ୍କ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍ ହୋଇଯାଇଛି ।  ଟିଜର ପୂର୍ବରୁ ନିର୍ମାତାମାନେ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍ କରିଛନ୍ତି । ଯାହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

ସୂଚନାନୁଯାୟୀ , ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁର ଏକ ଦୃଶ୍ୟରେ ଶାହାରୁଖ ଖାନଙ୍କ ମୁହଁ ଏବଂ ମୁଣ୍ତରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବାର ଦେଖିବା ପାଇଁ ମିଳୁଛି । ଯାହାକୁ ବେଶ୍ ନାକକିଏୟ ଅନ୍ଦାଜରେ କିଙ୍ଗ୍ ଖାନ ଖୋଲୁଥିବାର ଦେଖିବା ପାଇଁ ମିଳୁଛି । ଲୋକେ ତାଙ୍କର ଏହି ଲୁକ୍ ଦେଖି ବହୁ ଆଶ୍ଚର୍ଯ୍ୟ ଏବଂ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆରେ ‘ଜୱାନ’ର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏବଂ କିଙ୍ଗ୍ ଖାନ ସାଉଁଟୁଛନ୍ତି ପ୍ରଶଂସା । ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁରେ ଶାହାରୁଖ ଖାନଙ୍କୁ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳୁଛି । ‘ଜୱାନ’ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Related posts

ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା;  ୫ଜଣଙ୍କ ବିରୋଧରେ ମାମଲା ରୁଜୁ

mahabharatanews

‘ବିଗ୍‌ ବସ୍‌ ୧୭’ବିଜେତା ମୁନୱର୍‌ ଫାରୁକୀ

mahabharatanews

ଅକ୍ଟୋବରରେ ଆସୁଛି ‘ଦେବରା ପାର୍ଟ -୧’

mahabharatanews