ଭାରତ

ମାର୍ଚ୍ଚରେ ଇଡ଼ିରେ ହଜାର ହେବେ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। ଇଡି ଡାକରାରେ ହଜାର ହେବେ ବୋଲି କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇଡିଙ୍କ ସମନ ବେଆଇନ କିନ୍ତୁ ତଥାପି ସେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ।

ସୂଚନାନୁଯାୟୀ , ଦିଲ୍ଲୀର ମଦ ସ୍କାମ ମାମଲାରେ ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ୮ଟି ସମନ ଜାରି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସେ ଇଡି ଆଗରେ ହାଜର ହୋଇନଥିଲେ । ବାରମ୍ବାର ଇଡି ଡାକରାକୁ ସାମ୍ନା କରୁଥିବା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଛନ୍ତି। ତେବେ ମାର୍ଚ୍ଚ ୧୨ ପରେ ସେ ଏକ ତାରିଖ ପାଇଁ ଇଡିଙ୍କୁ କହିଛନ୍ତି। ଏହା ସହିତ କେଜ୍ରିୱାଲ ଆଉ ଏକ ସର୍ତ୍ତ ରଖିଛନ୍ତି ଯେ ସେ ଭିଡିଓ କନଫରେନ୍ସ ସାହାଯ୍ୟରେ ଇଡି ସମ୍ମୁଖରେ ହାଜର ହେବେ ଏବଂ ଏଜେନ୍ସିର ପ୍ରଶ୍ନର ଉତ୍ତର ଦେବେ । ତେବେ କେଜ୍ରିୱାଲ ଥରେ ବି ଏଜେନ୍ସି ଆଗରେ ହାଜର ହୋଇନାହାଁନ୍ତି।

Related posts

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ

mahabharatanews

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

mahabharatanews

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

mahabharatanews