ଦେଶ ବିଦେଶରାଜନୀତି

ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର

ବିହାର ବିଧାନସଭା ନିର୍ବାଚନ ୨୦୨୫ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିହାରରେ ପୁଣି ଏନଡିଏ ସରକାର । ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି ବିଜେପି-ଜେଡିୟୁ ନେତୃତ୍ବାଧୀନ ଏନଡିଏ ମେଣ୍ଟ । ଜେଡିୟୁ ମୁଖ୍ୟ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ବିଜୟ ସହ ରାଜନୈତିକ କ୍ୟାରିଅରରେ ରେକର୍ଡ ପରେ ରେକର୍ଡ କରିବାକୁ ଯାଉଛନ୍ତି ସୁଶାସନ ବାବୁ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ନିଜ ରେକର୍ଡ ନିଜେ ଭାଙ୍ଗିବାକୁ ଯାଉଛନ୍ତି ନୀତିଶ କୁମାର ।

Bihar swings for Ni-Mo: NDA poised for landslide under CM Nitish and PM Modi

ନୀତିଶ କୁମାର ୩ ମାର୍ଚ୍ଚ ୨୦୦୦ରେ ପ୍ରଥମ ଥର ୭ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ପଡିଥିଲା । ୨୦୦୫ରେ ବିହାରରେ ୨ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫେବ୍ରୁଆରୀରେ କେହି ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ଅକ୍ଟୋବରରେ ପୁଣିଥରେ ନିର୍ବାଚନ ହୋଇଥିଲା । ଏଥିରେ ଏନଡିଏ ବହୁମତ ହାସଲ କରି ସରକାର ଗଢିଥିଲା । ଯେଉଁ ସରକାରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର । ଏଥର ସେ ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହାପରଠୁ ଆଠ ମାସ ବ୍ୟତୀତ ସେ ନିରନ୍ତର ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି । ନୀତିଶ ଏଥର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏଥିସହ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ।

नीतीश कुमार के पास 19 गाय-बछड़े और 10 साल पुरानी कार, बिहार के सीएम की पूरी  संपत्ति जानिए

Related posts

ନୀତିନ ନବିନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ରାଘବ

mahabharatanews

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ହରିୟାଣା-ଚଣ୍ଡିଗଡ଼ରେ କ୍ରିପ୍ଟୋ ଠକେଇ ରାକେଟର ପର୍ଦ୍ଦାଫାସ, 3 କୋଟି ଟଙ୍କାର ସମ୍ପତ୍ତି ଜବତ

mahabharatanews

ରେଳ ଯାତ୍ରୀଙ୍କୁ ମିଳିବ ଲାଭ, ଶେଷ ମୁହୂର୍ତ୍ତରେ ହେବେନି ହନ୍ତସନ୍ତ

mahabharatanews