ଓଡିଶା

ହିଞ୍ଜିଳି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳି ବ୍ଲକ ଠାରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବିଭାଗ ରୁ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଭିନ୍ନ ଗ୍ରାମ ରୁ ଅନେକ ଅଭିଯୋଗକାରୀ ଓ ହିତାଧିକାରୀ ମାନେ ନିଜ ନିଜ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ଏବଂ ଜିଲ୍ଲାପାଳ ତତକ୍ଷଣାତ୍ ଏହି ଅଭିଯୋଗ ନିଜେ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କୁ ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ସେ ଉନ୍ନତି ମୂଳକ କାର୍ଯ୍ୟ ଦାବି ଏବଂ ଅଭଳି କାର୍ଯ୍ୟ ର ପରିଦର୍ଶନ ମଧ୍ୟ କରିଥିଲେ। ଏହି ପରିଦର୍ଶନ ଭିତରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତ ଠାରେ ଏକ ବ୍ୟକ୍ତିଗତ ବହୁମୁଖି ମାଛ ଯାଆଁଳା କେନ୍ଦ୍ର ର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ସମୟରେ ସବ୍ କଲେକ୍ଟର ଶିବାଶିଷ ବରଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ସାହୁ, ହିଞ୍ଜିଳି ତହସିଲଦାର, ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଥାନୀୟ ଜିଲ୍ଲା ପରିଷଦ, ସାରୁ ସରପଞ୍ଚ ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ବାସନ ଯାଆଁଳା ମାଛ କୁ ପୋଖରୀ ରେ ଛାଡି ଏହାର ଶୁଭାରମ୍ଭ କରିଥିଲେ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବିଶେଷ ତଃ ସ୍ଵାଭିମାନୀ ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ ମାଛ ଚାଷ, କୃଷି ଉଦ୍ୟୋଗ, ପଶୁ ପାଳନ ଆଦି କୁ ଆପଣାଇବା ପାଇଁ ଏବଂ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେଇ ସ୍ବାବଲମ୍ବୀ ହେବା ପାଇଁ ପ୍ରେରିତ କରିଥିଲେ।

Related posts

ଚାଷୀ ଆନ୍ଦୋଳନ ଓ ସମସ୍ୟା ନେଇ ମୋହନଙ୍କ ସହ କଥାହେଲେ ଧର୍ମେନ୍ଦ୍ର

mahabharatanews

ସରକାରୀ ବାବୁଙ୍କ ୧୦୬ ପ୍ଲଟ୍

mahabharatanews

୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

mahabharatanews