(ଦିଲ୍ଲୀ) : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଦିନ ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ କେବଳ ୩ ଜଣ ପ୍ରାର୍ଥୀଙ୍କ ନାମ ଅଛି, ସେଥିମଧ୍ୟରୁ ୨ ଟି ରାଜସ୍ଥାନର ଏବଂ ଜଣେ ମଣିପୁରର । ବିଜେପି ପ୍ରାର୍ଥୀ ତାଲିକାରେ କାରୋଲିରୁ ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଦୋଉସାରୁ କହ୍ନେୟାଲାଲ ମୀନାଙ୍କୁ ବିଜେପି ଟିକେଟ ଦେଇଛି ।
ସୂଚନାନୁଯାୟୀ , ସେହିପରି ବିଜେପି ମଣିପୁର ଆସନରୁ ବସନ୍ତ କୁମାର ସିଂଙ୍କୁ ଟିକେଟ୍ ଦେଇଛି । ଉଲ୍ଲେଖ ଥାଉ କି ଏହାପୂର୍ବରୁ ମାର୍ଚ୍ଚ ୨୪ରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ଏହି ତାଲିକାରେ ଉତ୍ତରପ୍ରଦେଶ-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା । ଏହାପୂର୍ବରୁ ରବିବାର ଦିନ ଲୋକସଭା ନିର୍ବାଚନ ପାଇଁ ବିଜେପି ୫ ମ ତାଲିକା ପ୍ରକାଶ କରିଥିଲା । ଏଥିରେ ୧୭ ଟି ରାଜ୍ୟରେ ୧୧୧ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
