ଓଡିଶା

ଗୋଡ ଖସି ପୋଖରୀରେ ବୁଡିଗଲେ ଯୁବକ

(ଯାଜପୁର): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଛଞ୍ଚିଣା ଗାଁରେ ପୋଖରରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଯୁବକ ଜଣକ ସକାଳୁ ଘର ପଛପଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ଲୁଗାପଟା ପଡିଥିବା ଦେଖି ଗ୍ରାମବାସୀ ଦଶରଥପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ପବିତ୍ରଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କଲେ ଜିଲ୍ଲା ଗ୍ରାମୋନ୍ନୟନ ନିର୍ଦ୍ଦେଶକ

mahabharatanews

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

mahabharatanews