ଓଡିଶା

ଜୁନାଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଉଦଘାଟିତ

ଆଜି ଠାରୁ ଦୁଇ ଦିନ ଧରି ଦୁଲୁକୁଛି ବଣିଜରା ହାଇ ସ୍କୁଲ ଖେଲ ପଡ଼ିଆ।ଆଜି ଆନୁଷ୍ଠାନିକ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଉଦଘାଟିତ ହୋଇଛି।ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ବିଡ଼ିଓ ଦେବାଶିଷ କର,ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସରପଞ୍ଚ ସଙ୍ଘ ସଭାପତି ତାରା ରାଇଗୁରୁ,ବିଏସଏସଓ ତୁଷାର,ଯୋଗାଣ ଅଧିକାରୀ, ବ୍ଲକ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟା, ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉଦଘାଟନ ସମୟରେ ଉପସ୍ଥିତ ଥିଲେ।ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟୟନରେ ଲୋକେ ପାଇବେ ଲୋକ କଳା ସଂସ୍କୃତି ପରମ୍ପରା ଏହି ସୁନ୍ଦର କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲାର ଗୌରବମୟ ଇତିହାସ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସାରା ରାଜ୍ୟ ଓ ଦେଶ ସମ୍ମୁଖରେ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଜୁନାଗଡ଼ରେ କଳାହାଣ୍ଡି ଉତ୍ସବ ଆଜିଠାରୁ ଭବ୍ୟ ଭାବେ ଆରମ୍ଭ ହେଲ। ଉତ୍ସବକୁ ନେଇ ସମଗ୍ର ଜୁନାଗଡ଼ ଅଞ୍ଚଳରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ପ୍ରାଚୀନ କାଳରେ କନ୍ଧାର ଓ ପରେ ଚକ୍ରକୋଟ ରାଜ୍ୟର ଅଂଶ ଥିଲା। ଏହି ଭୂମି ଆଦିବାସୀ ସଭ୍ୟତା, ଲୋକକଳା ଓ ସଂଗୀତରେ ସମୃଦ୍ଧ। ଜୁନାଗଡ଼ ପୂର୍ବକାଳରେ କଳାହାଣ୍ଡି ରାଜ୍ୟର ରାଜଧାନୀ ଭାବେ ପରିଚିତ ଥିଲା। ରାଜାମହାରାଜାଙ୍କ ଶାସନକାଳରେ ଏଠାରେ କଳା, ସଂସ୍କୃତି ଓ ପରମ୍ପରାର ବିକାଶ ହୋଇଥିଲା, ଯାହାର ପ୍ରଭାବ ଆଜିବି ଲୋକଜୀବନରେ ଦେଖିବାକୁ ମିଳେ।

ଏହି ଐତିହ୍ୟକୁ ଆଧାର କରି କଳାହାଣ୍ଡି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ହେଉଛି, ଜିଲ୍ଲାର ଲୋକନୃତ୍ୟ, ଲୋକସଙ୍ଗୀତ, ହସ୍ତଶିଳ୍ପ, ଆଦିବାସୀ ପରମ୍ପରାକୁ ଏକ ମଞ୍ଚରେ ଆଣିବା। ଉତ୍ସବରେ ଘୁମୁରା ନୃତ୍ୟ, ଦଳାଇ ନୃତ୍ୟ, ଲୋକଗୀତ ସହିତ ଶିଳ୍ପୀମାନଙ୍କ କଳାକୃତି ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ରହିବ। ଐତିହାସିକ ପରିଚୟ ଓ ସାଂସ୍କୃତିକ ଗରିମାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ନିମିତ୍ତେ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛ।ପାରମ୍ପରିକ ଲୋକକଳା, ଲୋକନୃତ୍ୟ କୁ ନେଇ କମ୍ପୁଛି ଅଞ୍ଚଳ।

Related posts

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି

mahabharatanews