ଓଡିଶା

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

(କଟକ) : ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଅନ୍ୟପକ୍ଷରେ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏସ.ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି ।

ସୂଚନାନୁଯାୟୀ , ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତାଳପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ୨୦୨୨  ମସିହାରେ ସୁପାରିସ କରାଯାଇଥିଲା । ଏହାପରେ ସେ ଜୁନ ୧୦  ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ନେଇଥିଲେ । ସେବେଠୁ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିଲେ ।

Related posts

ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

mahabharatanews

ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା 

mahabharatanews

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews