Uncategorized

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

(ୱାଶିଂଟନ/ମହାଭାରତ): ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ରାଷ୍ଟ୍ରପତି ପଦବୀ ପାଇଁ ପ୍ରମୁଖ ଦାବିଦାର ଥିବା କାଲିଫର୍ଣ୍ଣିଆର ଡେମୋକ୍ରାଟିକ ସାଂସଦ କମଲା ହାରିଶ ଏବେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣରେ ନିଜର ଲୋକପ୍ରିୟତା କମୁଥିବା ଦେଖିବା ପରେ ୫୫ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ରାଷ୍ଟ୍ରପତି ପ୍ରାଥୀ ହେବେ ବୋଲି ଚଳିତ ବର୍ଷ ଜାନୁଆରୀ ମାସରେ ଘୋଷଣା କରିଥିଲେ । ନିଜ ନିର୍ବାଚନ ମଣ୍ଡଳୀ କାଲିଫର୍ଣ୍ଣିଆର ଅକଲାଣ୍ଡରେ ସେ ନିଜ ସମର୍ଥକଙ୍କ ଗହଣରେ ଏହି ଘୋଷଣା କରିଥିିଲେ । ଏହାପରେ ଆମେରିକାର ଏହି ଶୀର୍ଷ ପଦବୀ ପାଇଁ ସେ ପ୍ରମୁଖ ଦାବିଦାର ବୋଲି ଆକଳନ କରାଯାଉଥିଲା । ଏପରିକି ନିର୍ବାଚନୀ ଖର୍ଚ୍ଚ ପାଇଁ ସେ ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କ ଦ୍ୱାରା ୨.୩ କୋଟି ଡଲାର ସଂଗ୍ରହ କରିଥିଲେ ।

Related posts

ଦିନକରେ ୨୪ ହଜାରରୁ ଅଧିକ ପଜିଟିଭ, ଦେଶରେ ୭ ଲକ୍ଷ ପାଖାପାଖି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ରବିନା, ଫାରହା, ଭାରତୀଙ୍କ ବିରୋଧରେ ମାମଲାର ଶୁଣାଣି ୨୫ରେ

mahabharatanews

ଶୀତୁଆ ପାଗରେ ପ୍ରସ୍ତୁତ କରନ୍ତୁ ଏଗ୍ ବୋଣ୍ଡା

mahabharatanews