ଓଡିଶା

ପଙ୍କଉଧାର ଓ ଗାଡୱାଲ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

(ବନବାସୀ ପ୍ରଧାନ/ବାଲିଗୁଡା): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ଲକ୍ଷ,ଲକ୍ଷ ଟଙ୍କା କାମଧନ୍ଦା ଯୋଗାଇଥାନ୍ତୀ । କିନ୍ତୁ କିଛି ସ୍ୱାର୍ଥ ଅଫିସରଙ୍କ ପାଇଁ ଏହି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଳକର ମହାସିଂଙ୍ଗ ପଞ୍ଚାୟତର କାକାବୁଡା ମନ୍ଦିର ସାମ୍ନାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ବନ୍ଧର ପଙ୍କଉଧାର ଓ ଗାଡଓ୍ବାଲ ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ଏକ ଫଳକ ମରାଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡିଥିଲା । ଏହି ଫଳକ ଉପରେ ଗଣମାଧ୍ୟମର ନଜର ପଡିବା ପରେ ଏହି ବିଷୟରେ ପଞ୍ଚାୟତର ଭିଏଲଡ୍ଳ, ଜିଆରଏସ, ଜେଇ ମହାଶୟଙ୍କୁ ପଚାରିବାରୁ କୈଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା । କାମ ଆରମ୍ଭ ପାଇଁ ଇଷ୍ଟମେଣ୍ଟ କରାଯାଇଛି, ତେଣୁ ଫଳକ ମରାଯାଇଛି ବୋଲି ଜେଇ କହିଥିଲେ । ଏହାର ଦୁଇଦିନ ପରେ ସେହି ସ୍ଥାନରୁ ଫଳକକୁ ଭାଙ୍ଗି ଫୋପାଡି ଦିଆଯାଇଥିଲା।ଏ ବିଷୟରେ ନୂଆଗାଁ ବିଡିଓ ପଚାରିବାରୁ, କାମ ପାଇଁ ଫଳକ ମରାଯାଇଥିଲା ବର୍ଷା ପାଇଁ ବନ୍ଧର ପଙ୍କଉଧାର ଓ ଗାଡୱାଲ ନିର୍ମାଣ କାମ କରାଯିବନି ବୋଲି ସେ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ନୂତନ କାର୍ଯ୍ୟ ପାଇଁ ପୁରୁଣା ଫଳକକୁ ରଙ୍ଗ ଦେଇ ପରେ ଭଙ୍ଗାଗଲା କାହିଁକି । ଫଳକକୁ ଭାଙ୍ଗିଦେଲେ କେଉଁ ଭୟରେ । ଏଥିରେ କିଛି ଜାଲିଆତି କରି ଏହି ଅର୍ଥକୁ ଚଳୁ କରିବାର ଯୋଜନା ଥିଲା କି । ବନ୍ଧ ନଥାଇ ବନ୍ଧର ପଙ୍କଉଧାର କେଉଁ ଠାରେ କରିଥାନ୍ତେ ଏ ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ତେବେ ଏ ଦିଗରେ କିଛି ପଦକ୍ଷେପ ଏଯାଏ ନିଆ ଯାଇନାହିଁ । ଏଣୁ କରୋନା ଆଳ ଦେଖାଇ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଜେଇ ମହାଶୟ ଗଣମାଧ୍ୟମର ସାମ୍ନା କରିବାକୁ ଭୟ କରୁଥିବା ଜଣାପଡିଛି । ଏଣୁ ଏହାର ତଦନ୍ତ ଜିଲ୍ଲା ପ୍ରଶାସନ ତୁରନ୍ତ କରିବା ସହିତ ଦୋଷୀ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଉଛି ।

Related posts

ଜନତା କର୍ଫ୍ୟୁ: କାଲି ଛତ୍ରବଜାର ବନ୍ଦ

mahabharatanews

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

mahabharatanews

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews