(ବେଙ୍ଗଲୁରୁ) : କର୍ଣ୍ଣାଟକ ବନ୍ଦ । ଏ ନେଇ ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ ସମେତ ଅନେକ ସେବା ପ୍ରଭାବିତ ହୋଇପାରେ । ଶାନ୍ତି ବଜାୟ ରଖିବା ପାଇଁ ଗୁରୁବାର ରାତିରୁ ଧାରା ୧୪୪ ଲାଗୁ କରାଯାଇଛି । ଏହି ବନ୍ଦ ସମ୍ପର୍କରେ ବେଙ୍ଗାଲୁରୁ ପୋଲିସ କହିଛି ଯେ କୌଣସି ସଂସ୍ଥା ପୋଲିସ ବିଭାଗ ସହ ଯୋଗାଯୋଗ କରିନାହାଁନ୍ତି କିମ୍ବା ଏ ନେଇ ଅନୁମତି ନେଇ ନାହାଁନ୍ତି ।
ସୂଚନାନୁଯାୟୀ , କାବେରୀ ଜଳ ବିବାଦ ମଧ୍ୟରେ କନ୍ନଡ ସଂଗଠନର ଅଗ୍ରଣୀ ସଂଗଠନ କନ୍ନଡ ଓକୁଟା ସେପ୍ଟେମ୍ବର ୨୯ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି । ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁ ନଗର ପୋଲିସ ଗୁରୁବାର ମଧ୍ୟରାତ୍ରରୁ ଶୁକ୍ରବାର ମଧ୍ୟରାତ୍ର ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜଧାନୀରେ ଧାରା ୧୪୪ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ସହରର କୌଣସି ସ୍ଥାନରେ ବିରୋଧ କରିବା ବେଆଇନ ହୋଇଥିବାରୁ ପୋଲିସ କୌଣସି ବିରୋଧକୁ ଅନୁମତି ଦେବ ନାହିଁ ଏବଂ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖାଯିବ ।”