Uncategorized

ଏନପିଆର ସହ ସହଯୋଗ କରାଯିବ ନାହିଁ: କେରଳ

ତିରୁଭନନ୍ଦପୁରମ: ନୂଆଦିଲ୍ଲୀରେ ଏନଆରପି ବୈଠକର ଗୋଟିଏ ଦିନ ପରେ କେରଳ ବାମ ସରକାରର କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ଉପରେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନପିଆର ସହ କୌଣସି ସହଯୋଗ କରାଯିବ ନାହିଁ କି ଏହାକୁ ନେଇ ଥିବା କୌଣସି ଅପଗେଡ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
ରାଜ୍ୟ ସରକାର ନିଷ୍ପତ୍ତି କରିଛି, ଜାତୀୟ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା ଅଧ୍ୟକ୍ଷଙ୍କୁ ଜଣାଇଦେବ କି ଏନଆରପି ଅପଗ୍ରେଡେସନ ଉପରେ କୌଣସି ସହଯୋଗ ଦେବାକୁ ସକ୍ଷମ ନୁହେଁ । ଅପରପକ୍ଷରେ କେରଳର ମୁଖ୍ୟ ସଚିବ ଟମ ଜୋସ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କୁ ସୋମବାର ଭେଟିଛନ୍ତି । ଏହି ସାକ୍ଷାତକାର ଆପେକ୍ସ କୋର୍ଟରେ କେରଳ ସରକାରର ଯାଚିକା ପରେ କରିଛନ୍ତି । ଗତକାଲି ଆପେକ୍ସ କୋର୍ଟଙ୍କୁ କେରଳ ସରକାର ଯାଇ ଜଣାଇଥିଲା, ତ।।ଙ୍କ ଅଜାଣତରେ ନାଗରିକତା ଆଇନ ଲାଗି ହୋଇଛି । ଉଭୟଙ୍କ ମଧ୍ୟରେ ୨୦ ମିନିଟର ମିଟିଂ ହୋଇଥିଲା । ତେବେ କେଉଁ ପ୍ରସଙ୍ଗରେ ମିଟିଂ ହୋଇଥିଲା, ସେ ସମ୍ପର୍କରେ ଟମ ଗଣମାଧ୍ୟମକୁ କିଛି କହି ନାହାନ୍ତି । ତେବେ ସୂତ୍ର ଅନୁଯାୟୀ, ମୁଖ୍ୟ ସଚିବ ରାଜ୍ୟପାଳଙ୍କୁ ଭେଟି ଜଣାଇଛନ୍ତି କି ସରକାର ଆଇନ ଉଲ୍ଲଙ୍ଘନ କରିବା ଇଚ୍ଛାକୃତ ନୁହେଁ ।

Related posts

ଯୋଗ କ୍ଷେତ୍ରରେ ଗିନିଜ ରେକର୍ଡ କଲେ ୧୬ ବର୍ଷୀୟ ଛାତ୍ର

mahabharatanews

ଶିକ୍ଷୟିତ୍ରୀଙ୍କୁ ଦଉଡିରେ ବାନ୍ଧି ପିଟିଲେ ଟିଏମସି ନେତା

mahabharatanews

ଦିଲ୍ଲୀ ହିଂସ।: କଂଗ୍ରେସର ସଂସଦ ବାହାରେ ନାରାବାଜୀ

mahabharatanews