ଓଡିଶା

ବଣମହୁଲଡିହା ସୁନାମୁଖୀ ହାଇସ୍କୁଲର ବାର୍ଷିକ ଉତ୍ସବ

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ବଣମହୁଲଡିହା ସୁନାମୁଖୀ ଉଚ୍ଚ ବିଦ୍ୟାଳୟର ୧୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ । ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତି ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ପାଟଣା ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାଏକ ଓ ଡୁମୁରିଆ ସମିତି ସଭ୍ୟ ରାଘବ ନାଏକ ବାର୍ଷିକ ଉତ୍ସବ ସମାରୋହରେ ଉପସ୍ଥିତ ଥିଲେ । ଏହି ଅବସରେ ସ୍କୁଲର ପ୍ରଧାନ ଶିକ୍ଷକ ମଲ୍ଲିନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ସ୍କୁଲର ଶିକ୍ଷକ ବୀରଭଦ୍ର ପାଲ ବିବରଣୀ ପାଠ କରିଥିଲେ । ସ୍କୁଲ ପରିସରରେ ପିଲାଙ୍କ ପାଇଁ ଖେଳ ପଡିଆର ସୁବ୍ୟବସ୍ଥା କରାଯିବ ବୋଲି ପାଟଣା ବିଧାୟକ ବାର୍ଷିକ ଉତ୍ସବ ଅବସରରେ କହିଥଲେ । ଏହି ଉତ୍ସବରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ । ସ୍କୁଲ ଶିକ୍ଷକମାନେ ବାର୍ଷିକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ମହିଳାଙ୍କୁ କମେଣ୍ଟ ମାରିବାରୁ ଯୁବକଙ୍କୁ ମିଳିଲା ଉତ୍ତମ ମଧ୍ୟମ

mahabharatanews

ଆହୁରି ୫ ଦିନ ବର୍ଷିବ

mahabharatanews

ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଟିକ୍ଟକ୍ ବ୍ୟାନ

mahabharatanews