ରାଜନୀତି

କେନ୍ଦୁଝରରେ ଦଳୀୟ ନେତାଙ୍କୁ ପ୍ରଣବଙ୍କ ଗୁରୁମନ୍ତ୍ର

କେନ୍ଦୁଝର: ବୁଧବାର ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଉପସ୍ଥିତ ବିଜେଡି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ ହାଟ ପଡିଆଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଣବ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କର୍ମୀମାନେ ସଜାଗ ରହି ବିଜେଡିକୁ ସଂଗଠିତ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ ।
ଏହି କାର୍ୟ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ତଥା ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିନୟ କୁମାର ସାହୁ, କମଳିନୀ ଦଣ୍ଡପାଟଙ୍କ ସହିତ ତିନୋଟି ନିର୍ବାଚନ ମଣ୍ଡଳୀର ହଜାର ହଜାର ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ରହିଥିଲେ।

 

Related posts

ସଂସଦର ଉଭୟ ସଦନରେ ଆଜି ବି ଜାରି ରହିଥିଲା ହଙ୍ଗାମା

mahabharatanews

ସଂସଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ…

mahabharatanews

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews