ଦେଶ ବିଦେଶ

ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରୁ ଦୂରେ ରହିଲେ ଖଡ଼ଗେ-ରାହୁଲ, ଜାଣନ୍ତୁ କାହିଁକି

ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରିଛନ୍ତି। ତେବେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଲାଲକିଲ୍ଲାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

J&K Assembly Polls 2024: Rahul Gandhi, Mallikarjun Kharge Reach Srinagar

କଂଗ୍ରେସ ସୂତ୍ରର ଦାବି ଅନୁସାରେ, କାର୍ଯ୍ୟକ୍ରମରେ ବସିବା ବ୍ୟବସ୍ଥା ସମେତ ଅନ୍ୟ କିଛି ପ୍ରସଙ୍ଗରେ ଦଳର ନେତାଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କରାଯାଉଥିବାରୁ କଂଗ୍ରେସ ଏହି କାର୍ଯ୍ୟକ୍ରମରୁ ଦୂରେ ରହିଛି। ଏହି ବିବାଦର ଆରମ୍ଭ ୨୦୨୪ ମସିହାର ସ୍ୱାଧୀନତା ଦିବସ ସମାରୋହରୁ ହୋଇଥିଲା। ସେତେବେଳେ ରାହୁଲ ଗାନ୍ଧୀଙ୍କୁ ଲାଲକିଲ୍ଲାରେ ଦ୍ୱିତୀୟ ଶେଷ ଧାଡ଼ିରେ ବସାଯାଇଥିଲା। ଲୋକସଭାର ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମାନ ମାନ୍ୟତା ମିଳୁଥିବାରୁ ଏଭଳି ବସିବା ବ୍ୟବସ୍ଥାକୁ କଂଗ୍ରେସ ଆପତ୍ତି ଜଣାଇଥିଲା।

Rahul Gandhi skips Independence Day event at Red Fort; 'lover of Pakistan', says BJP | India News

ଅନ୍ୟପକ୍ଷରେ, ସେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଅଲିମ୍ପିଆନମାନଙ୍କ ପାଇଁ ସ୍ଥାନ ଦେବାକୁ ବସିବା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଥିଲା। ତେବେ ପ୍ରୋଟୋକଲ୍ ଅନୁସାରେ ଔପଚାରିକ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ପ୍ରଥମ ଧାଡ଼ିରେ ସ୍ଥାନ ଦିଆଯାଏ।

ସେପଟେ ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ମଧ୍ୟ ସରକାର ଓ ବିରୋଧୀଙ୍କ ମଧ୍ୟରେ ଦୂରତା ବଢ଼ିଥିବାର ସଙ୍କେତ ଦେଇଛି। ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଥିଲା। ତେବେ ସେଥିମଧ୍ୟରୁ କେବଳ ପେପର ଲିକ୍ ରୋକିବା ସମ୍ପର୍କିତ ଆଇନ ଉପରେ ବିସ୍ତୃତ ଆଲୋଚନା ହୋଇଥିବା TV9 ରିପୋର୍ଟରେ କୁହାଯାଇଛି। ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପକ୍ଷରୁ ଆୟୋଜିତ ପାରମ୍ପରିକ ଚା’ ପାର୍ଟିକୁ ମଧ୍ୟ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ବହିଷ୍କାର କରିଥିଲେ।

 

Related posts

ସଂସଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ…

mahabharatanews

ବିବାହ ବିନା ଏକାଠି ରହୁଥିବା ଦମ୍ପତିଙ୍କ ସହମତିରେ ସମ୍ପର୍କ ବଳାତ୍କାର ବୋଲି ବିବେଚନା କରାଯିବ ନାହିଁ

mahabharatanews

ରାହୁଲଙ୍କୁ ଡରୁଆ କହିଲେ ଶକିଲ ଅହମ୍ମଦ

mahabharatanews