ଓଡିଶା

ରଣପୁର ବିଜ୍ଞାପିତ ଅଞ୍ଚଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ୮0 ତମ ସ୍ୱାଧୀନତା ଦିବସ ପାଳିତ…

ଆଜି ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଦିଲ୍ଲୀଠୁ ପଲ୍ଲୀ ଏନେଇ ସବୁଠି ଉତ୍ସବର ମାହୋଲ୍। । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟଏବଂ ପ୍ରତେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ।

 ଗାଡି ମାଲିକ ସଂଘ ଓ ଡ୍ରାଇଭର ସଂଘ ସହିତ , ରଣପୁର ବିଜ୍ଞାପିତ ଅଞ୍ଚଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ୮0 ତମ ସ୍ୱାଧୀନତା ଦିବସ ଆଜି ପାଳିତ ହୋଇଛି।ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତମାତା କି ଜୟ,ବନ୍ଦେ ମାତରମଁ ଧ୍ୱନି ଦେଇ ଜାତୀୟ ସଗିଂତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ଓ ବଜାର ପରିକ୍ରମା କରିଥିଲେ।

ଏହି ଅବସରରେ  ରଣପୁର ର ବିଧାୟିକା ସୁରମା ପାଢ଼ୀ, ରଣପୁର ଏନ ଏ ସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ତହସିଲଦାର ରଣପୁର, ଆଇ ଆଇ ସି ରଣପୁର, ବି ଡି ଓ ରଣପୁର, ରଣପୁର ଏନ ଏ ସି ର ଇ. ଓ ଉପସ୍ଥିତ ରହି ରଣପୁର ପଞ୍ଚୁଦୋଳ ପଡିଆରେ ପତ୍ତକା ଉତ୍ତୋଳନ କରିଥିଲେ।ରଣପୁର ଫରେଷ୍ଟ ରେଞ୍ଜ ଅଫିସ ରେ ରେଞ୍ଜର ସିଧୁ ସିଂ ସମାନ ଭାବ ରେ ପତାକା ଉତୋଳନ କରିଥିଲେ।

Related posts

ରାଧିକା କୁଶୁହ୍ବାଙ୍କ ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ

mahabharatanews

ଲାଗି ରହିଛି ଗ୍ରୀଷ୍ମ ପ୍ରବାହ 

mahabharatanews

ମୋହନାରେ ବାଘ ବୁଲୁଥିବା ସନ୍ଦେହ

mahabharatanews