ସୋର: ବାଲେଶ୍ବର ଜିଲ୍ଲା ସୋର ଥାନାରେ ଜଣେ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସୋର ଥାନା ଅଧୀନ ଅଟପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ବ୍ୟବସାୟୀଙ୍କ ପତ୍ନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୋର ଥାନା ଅଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରାଙ୍କର ବେଲଦା ଛକରେ ଏକ ଗହଣା ଦୋକାନ ରହିଛି। ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ବାହାନାରେ ଶୁଭମ୍ ଜୁଏଲାରୀର ମାଲିକ ପ୍ରହଲ୍ଲାଦଙ୍କୁ ଡକାଇଥିଲେ । ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ୍ ଯୋଗେ ଦାଣ୍ଡହରିପୁର ଯାଇଥିଲେ । ଅନେକ ସମୟ ଗତ ହୋଇଯାଇଥିଲେ ମଧ୍ୟ ସେ ଫେରି ନ ଥିଲେ । ତେଣୁ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ତାଙ୍କ ଫୋନ ଅଫ ଆସିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ସୋର ଥାନାରେ ଅଭିଯୋଗ କରିଥିଲେ । ସୋର ପୋଲିସ ଅଭିଯୋଗ ପାଇ ଘଟଣାର ତନାଘନା ଚଳାଇଛନ୍ତି ।