Uncategorized

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘର ଛାତ ଉପରୁ ଠେଲି ହତ୍ୟା

ବ୍ୟୁରୋ: ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା । ଘରୁ ଡାକି ନେଇ ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଜଘନ୍ୟା କାଣ୍ଡ ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ମୃତକଙ୍କ ନାମ କମଳାକାନ୍ତ ମଲ୍ଲିକ । ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସୂଚନା ଅନଚସାରେ, କିଛି ଲୋକ ଆସି କମଳାକାନ୍ତଙ୍କୁ ଘରୁ ଡାକି ନେଇଥିଲେ ପରେ ସେ ଆଉ ଘରକୁ ଫେରି ନଥିଲେ ।

ବହୁ ଖୋଜାଖୋଜି ପରେ କମଳାକାନ୍ତଙ୍କର ନିଜ ଘର ଛାତ ଉପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଘରୁ ଡାକିନେଇ ଯୁବକକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ପରିବାର ପକ୍ଷରୁ ମାରିଦେଇଥିବା ନେଇ ଅଭିଯୋଗ ପରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ମୃତ କମଳାକାନ୍ତଙ୍କ ସହିତ ଉକ୍ତ ଗ୍ରାମରେ କିଛି ବ୍ୟକ୍ତିଙ୍କ ସହିତ ପୂର୍ବଶତ୍ରୁତା ଲାଗିରହିଥିଲା ।

ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର କମଳାକାନ୍ତକୁ ସୋର ଡାକ୍ତରଖାନା ପରେ କଟକ ମେଡ଼ିକାଲଙ୍କୁ ନେଇଯାଇଥିଲେ ।  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କମଳାକାନ୍ତଙ୍କର ବାପା ଅଭିଯୋଗକୁ ଆଧାର କରି ସୋର ପୋଲିସ ଗୋବିନ୍ଦ ପୁର ଗାଁର ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 

Related posts

ପୁଲିସ ଏନକାଉଣ୍ଟରେ ଅନ୍ତର୍ରାଜ୍ୟ ଅପରାଧି ଗିରଫ

mahabharatanews

ସିଆରପି ଯବାନଙ୍କୁ ମିଳିବ ବର୍ଷରେ ୧୦୦ ଦିନର ଛୁଟି

mahabharatanews

ଡବ୍ଲୁଏଚଓ ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ଯିବାକୁ ଚୀନର ବାରଣ

mahabharatanews

Leave a Comment