ଓଡିଶାଦୁର୍ଘଟଣା

ଡିଭାଇଡରରେ ପିଟି, ଦୁଇ ବାଇକ୍ ଚାଳକ ମୃତ

ବ୍ରହ୍ମପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ । ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳା । ତେବେ ଦୁଇ ଜର ବାଇକ୍ ଯୋଗେ  ଘରକୁ ଫେରିଥିବାବେଳେ ଘଟିଥିଲା ଏଭଳି ଅଘଟଣ । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

 

Related posts

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

mahabharatanews

ବରୀରେ ସଟଡାଉନ ବେଳେ ଇ-ଚାଲାଣର ଶୁଭାରମ୍ଭ

mahabharatanews

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

mahabharatanews