ମନୋରଞ୍ଜନ

୧୫୦ଟଙ୍କାରେ ଫିଲ୍ମ ‘ଆଦିପୁରୁଷ’ ଦେଖନ୍ତୁ; କ୍ରିତି

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’ ବିବାଦ ପରେ ଏହାର ଆୟ ଉପରେ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଥିବା ବେଳେ ନିର୍ମାତା ସଂଳାପ ବଦଳାଇବା ସହ ୩ଡି ଭିଜୁଆଲ୍‌ ଫିଲ୍ମର ଟିକେଟ୍‌ ଦର ଏବେ ୧୫୦ ଟଙ୍କାରୁ ଆରମ୍ଭ କରିଛନ୍ତି।

କ୍ରିତି ସାନନ୍ ମଧ୍ୟ ଟିକେଟ ଦର କମିବା ନେଇ ଏକ ପୋଷ୍ଟ କରିଛନ୍ତି, ଯାହା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଇନଷ୍ଟାରେ ଆଦିପୁରୁଷର ପୋଷ୍ଟର ସେୟାର କରି କ୍ରିତି ଲେଖିଛନ୍ତି, ସବୁଠାରୁ ସୁଲଭ ମୂଲ୍ୟରେ ୩ଡିରେ ରାମାୟଣ ଭଳି କାହାଣୀକୁ ଅନୁଭବ କରନ୍ତୁ। ଟିକେଟ୍‌ ଦର ୧୫୦ଟଙ୍କାରୁ ଆରମ୍ଭ। ତାଙ୍କର ଏଭଳି ପୋଷ୍ଟ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଟିକେଟ ମୂଲ୍ୟ କମ ହେଲେ ବି ଆମେ ଦେଖିବାକୁ ଯିବୁ ନାହିଁ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

 ଏମଧ୍ୟରେ ‘ଆଦିପୁରୁଷ’ରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କ୍ରିତି ସନୋନଙ୍କ ମା’ ଗୀତା ସନୋନଙ୍କ ଇନଷ୍ଟା ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେ ନିଜ ଇନଷ୍ଟାରେ ପୋଷ୍ଟରେ ଲେଖିଛନ୍ତି, ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଜିନିଷକୁ ଭଲ ମାନସିକତା ସହିତ ଦେଖିବ, ‌ତେବେ ସାରା ଦୁନିଆ ମଧ୍ୟ ଏହାକୁ ସୁନ୍ଦର ଭାବରେ ଦେଖିବ। ମଣିଷର ଭୁଲକୁ ନୁହେଁ, ତା’ର ଭାବନାକୁ ବୁଝନ୍ତୁ। ଜୟ ଶ୍ରାରାମ।

Related posts

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା

mahabharatanews