ରାଜନୀତି

ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ

(କୁଜଙ୍ଗ/ମହାଭାରତ): ଓଡ଼ିଶାର ଲୋକପ୍ରିୟ ରାଜନେତା ତଥା ପୂର୍ବତନ ତିର୍ତ୍ତୋଳ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କର ଏକାଦଶାହ ଉପଲକ୍ଷେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ଏକ ସ୍ମୃତି ସଭା ଗୁରୁବାର ଅପରାହ୍ନରେ ଜିରୋ ପଏଣ୍ଟ ସ୍ଥିତ ସଙ୍ଘ କାର୍ୟ୍ୟାଳୟରେ ଆୟୋଜିତ ହୋଇ ଯାଇଛି। ଏହି ସ୍ମୃତି ସଭାରେ ସଙ୍ଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଳାଇ, କାର୍ୟ୍ୟକାରୀ ସଭାପତି ଶ୍ରୀ ପଦ୍ମ ଲୋଚନ ଦାଶ, ଉପସଭାପତି ଶ୍ରୀ ଦିଲୀପ କୁମାର ବେହେରା, ସହ-ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ ଏବଂ ଶ୍ରୀ ପଟ୍ଟନାୟକଙ୍କର ନେତୃତ୍ୱରେ ପରିଚାଳିତ ସମସ୍ତ ଆଠ ଗୋଟି ସଙ୍ଘର କାର୍ୟ୍ୟକର୍ତ୍ତା ଯୋଗ ଦେଇ ସ୍ବର୍ଗତ ବିଷ୍ଣୁ ଦାସଙ୍କର ସ୍ମୃତି ଚାରଣ କରିଥିଲେ। ସଭା ପ୍ରାରମ୍ଭରେ ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଦେଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ତରାଇ ,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ପ୍ରଭାକର ଭଟ୍ଟ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ସରଳ ଆମୟିକ ବ୍ୟବହାର ଓ ସୁଗୁଣବଳୀ ର ସ୍ମୃତି ଚାରଣ କରିଥିଲେ। ପୂର୍ବ ଭାରତ ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଶ୍ରୀ ଅଭିରାମ ସାମଲ, ସମ୍ପାଦକ ଶ୍ରୀ ନିରଞ୍ଜନ ସାମଲ, ପାରାଦୀପ ବନ୍ଦର ଜମିହରା କ୍ଷତିଗ୍ରସ୍ତ କୃଷକ ସଙ୍ଘର ସଭାପତି ଚିନ୍ମୟ ଦାସ, ସମ୍ପାଦକ ମିହିର କାନ୍ତ ସାହୁ, ଇଷ୍ଟ କୋଷ୍ଟ ବିଭେରେଜ ଏମ୍ପ୍ଲଇଜ ୟୁନିୟନ ,ପୂର୍ବ ଭାରତ କୈବର୍ତ୍ତ ମହାସଭା, ପାରାଦୀପ ପୋର୍ଟ ବଣିକ ସଙ୍ଘ ,ବାବା ବିଶ୍ୱନାଥ ଡ଼ମ୍ପର ମାଲିକ ସଙ୍ଘ, ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘର କାର୍ୟ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କୁଜଙ୍ଗ ଓ ପାରାଦୀପ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ଥିଲା। ସେହିପରି ଜରା ନିବାସର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରାଯାଇ ଥିଲା।

Related posts

ବିଭିନ୍ନ ପ୍ରସଙ୍ଗକୁ ନେଇ ମାର୍ଚ୍ଚ ୨୫ରେ ଛାତ୍ର କଂଗ୍ରେସର ବିଶାଳ ସମାବେଶ

mahabharatanews

ବିଜେପି କାର୍ଯ୍ୟକାରିଣୀର ବୈଠକର ଆଜି ଶେଷ ଦିନ

mahabharatanews

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

mahabharatanews