ଓଡିଶା

ଜୋରରେ ମରି ଭାସିଲେ ଚାଇନା ପ୍ରଜାତିର ମାଛ

(ମହାଭାରତ/କୁଜଙ୍ଗ): ବୁଧବାର ପାରାଦ୍ୱୀପ ନିକଟସ୍ଥ କପିଳ ଜୋରରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। ସେଥିରେ ଚାଇନା ପ୍ରଜାତିର କଉ ମାଛ ବହୁ ସଂଖ୍ୟାରେ ଭାସୁଥିବା ଦେଖାଯାଇଛି । ଜୋରରୁ ମାଛ ଧରି ସ୍ଥାନୀୟ କେଉଟମାନେ ନିଜ ପେଟ ପୋଷୁୁଥିବା ବେଳେ ଅଚାନକ ଏତେ ସଂଖ୍ୟକ ମାଛ ମରି ଭାସିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହୁଏତ କେହି ବିଷାକ୍ତ କେମିକାଲ ପକାଇବା ଫଳରେ ଏତେ ସଂଖ୍ୟକ ମାଛ ମରିଥିବା ଅନୁମାନ କରାଯାଉଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପାରାଦ୍ୱୀପ ପ୍ରଦୂଷଣ କାର୍ଯ୍ୟାଳୟ ଉକ୍ତ ଜୋରର ପାଣିକୁ ପରୀକ୍ଷା ପାଇଁ ନେଇଛି । ତେବେ ଜୋର ନିକଟବର୍ତ୍ତୀ କମ୍ପାନୀ ମାନଙ୍କରୁ ବାହାରୁଥିବା ରାସାୟନିକ ପଦାର୍ଥ ପାଣିରେ ମିଶିବା ଫଳରେ ବା ଜୋରର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମାଛ ମଡକ ଦେଖା ଦେଇଥାଇପାରେ ବୋଲି ପରିବେଶବିତ ଅୟସକାନ୍ତ ରାୟ ମତ ପ୍ରକାଶ କରିଛନ୍ତି ।

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦିତୀୟ ଦିନରେ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ବାଲୁକାଶିଳ୍ପୀ

mahabharatanews

ଖାକିରେ କଳଙ୍କ କାର୍ଯ୍ୟରତ ଏଏସ୍ ଅ।ଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

mahabharatanews

ପୁରୁଣା କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

mahabharatanews