ଓଡିଶା

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ତୁରନ୍ତ ନିର୍ମାଣ କରିବାକୁ ମଜଦୁର ସଂଘ ପକ୍ଷରୁ ପ୍ରସ୍ତାବ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଇ.ଏସ୍.ଆଇ.ସି. କ୍ଷେତ୍ରୀୟ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଆମ ରାଜ୍ୟରେ ଇ.ଏସ୍.ଆଇ ସମ୍ବନ୍ଧୀୟ କାର୍ଯ୍ୟକାରିତାର ଏକ ବୈଠକ ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସହିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ସଂଗଠନ ସମ୍ପାଦକ ତଥା ରାଜ୍ୟ ଉପସଭାପତି ମଦନ ମୋହନ ଧଳ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ଶ୍ରୀଯୁକ୍ତ ଧଳ ଭୁବନେଶ୍ୱର ନିକଟସ୍ଥ ଜଗନ୍ନାଥପ୍ରସାଦ ଠାରେ ପ୍ରସ୍ଥାବିତ ୧୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଷ୍ଟି ଡାକ୍ତରଖାନା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ସହ ଅନୁଗୋଳରେ ସଂପୂର୍ଣ୍ଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳ ଏବଂ ଚନ୍ଦ୍ରଶେଖରପୁର ଭୁବନେଶ୍ୱର ଠାରେ ଦୁଇଟି ଅମ୍ଳଜାନ କାରଖାନା ତୁରନ୍ତ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ସହିତ ଉଭୟ ଡାକ୍ତରଖାନାରେ ଆମ୍ବୁଲାନ୍ସର ବ୍ୟବସ୍ଥା, ଏମ.ଆର.ଆଇ ମେସିନ୍, ଅଲଟ୍ରାସାଉଣ୍ଡ ମେସିନ୍ ଓ ଉପଯୁକ୍ତ ସାମଗ୍ରୀ ସହିତ ଏକ ପୂର୍ଣ୍ଣ ପାଥୋଲିଜିକାଲ ପରୀକ୍ଷାଗାର କାର୍ଯ୍ୟକ୍ଷମ କରିବା ପାଇଁ କ୍ଷେତ୍ରୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ଧଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆବଶ୍ୟକ ପଡ଼ିଲେ ଇ.ଏସ୍.ଆଇ.ସି ତରଫରୁ ରାଜ୍ୟରେ କାର୍ଯ୍ୟରତ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଘରୋଇ ଉଦ୍ୟୋଗର ସି.ଏସ୍.ଆର ଫଣ୍ଡ ବିନିଯୋଗ କରି ଅକ୍ସିଜେନ ପ୍ଲାଂଟ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉଭୟ ଡାକ୍ତରଖାନାରେ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଚୋ÷ଦ୍ୱାର, ଯାଜପୁର ଓ ଝାରସୁଗୁଡ଼ା ଠାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ତୁରନ୍ତ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଇ.ଏସ୍.ଆଇ ମାଧ୍ୟମରେ ପ୍ରସ୍ତାବିତ କୋଭିଡ଼୍ ସମୟରେ କୋ÷ଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିର୍ଭରଶୀଳ ପରିବାରଙ୍କୁ ମୃତ୍ୟୁ ହିତାଧିକାରୀଙ୍କ ଦରମାର ୯୦% ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଉକ୍ତ ଆଲୋଚନା ଆଗାମୀ ଦିନରେ ଇ.ଏସ୍.ଆଇର ସମସ୍ତ ହୀତାଧିକାରୀମାନଙ୍କ ଉନ୍ନତି ସାଧନ କରିବ ବୋଲି ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି ।

Related posts

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews

ଆସୁଛି ବଡ ବାତ୍ୟା ! ଚାଷୀଙ୍କ ମନରେ ବଢିଲାଣି ଭୟ

mahabharatanews

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews