ଓଡିଶା

ଲୋହାରଦଗା: ହଟିଲା କର୍ଫ୍ୟୁ, ଧାରା ୧୪୪ ଅବ୍ୟାହତ

ରାଞ୍ଚ: ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ମୋର୍ଚ୍ଚା ସମୟରେ ଝାରଖଣ୍ଡର ଲୋହାରଦଗାରେ ହୋଇଥିବା ହିଂସା ପରେ ଲଗାଯାଇଥିବା କଫ୍ୟୁକୁ ଆଜି ଉଠାଇ ଦିଆଯାଇଚି । ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରୁବାର ସୂଚନା ଦେଇଛନ୍ତି, ଆଜି ସମୂର୍ଣ୍ଣ ରୂପେ କର୍ଫ୍ୟୁ ଉଠାଇ ଦିଆଯାଇଛି । କିନ୍ତୁ ୧୪୪ ଧାରା ସେଠାରେ ଆଜି ମଧ୍ୟ ଅବ୍ୟହତ ରହିଛି । ସେଠାରେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ମୁତୟନ ରହିଛନ୍ତି ଓ ସ୍ଥିତି ଉପରେ ପୁଲିସ ନଜର ରଖିଛି । ଗତକାଲିର ହିଂସା ପରେ ପ୍ରାୟ ୫୧ ଜଣଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି । ଏହି ହିଂସା ଘଟଣା ଜାନୁଆରୀ ୨୩ ତାରିଖରେ ହୋଇଥିବା ଏସପି କହିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୨୩ ତାରିଖ ଦିନ ସିଏଏ ଓ ଏନଆରସି ସପକ୍ଷରେ ଏକ ମୋର୍ଚ୍ଚା ଅମଲା ତୋଲି ଅଞ୍ଚଳରେ ଚାଲିଥିବା ସମୟରେ ଏହା ହିଂସଅ ରୂପ ନେଇଥିଲା । ମୋର୍ଚ୍ଚାକୁ ଭଣ୍ଡୁର କରିବାକୁ ପେଟ୍ରୋଲ ବମ୍ବ ଫୋପଡା ଯିବା ସହ ମୋର୍ଚ୍ଚାରେ ସାମିଲ ଥିବା ପ୍ରଦର୍ଶନକାରୀଙ୍କ ଉପରେ ଟେକା ପଥର ମାଡ କରାଯାଇଥିଲା । ଫେବୃଆରୀ ୨ ତାରିଖରେ ଜିଲ୍ଲା ପ୍ରଶାସନ ୧୨ ଘଣ୍ଟା ପ।।ଇଁ କର୍ଫ୍ୟୁ ହଟାଇ ଦେଇଥିଲା । ଘଟଣା ଓ ସ୍ଥିତିର ଅନୁଶୀଳନ ପରେ ଏପରି ପଦକ୍ଷେପ ନିଆଯାଇଥିଲ ।

Related posts

ପାକିସ୍ତାନ ଆଇଏସଆଇଙ୍କ ସହ ଚାଟ୍ କରୁଥିଲା ଇଶାନ

mahabharatanews

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

mahabharatanews

Leave a Comment