ଭାରତ

ନିହତ ୩ ଆତଙ୍କବାଦୀ: ଲସ୍କର ସହ ଥିଲେ ସମ୍ପୃକ୍ତ

ପୁଲୱାମା: ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ । ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଠାରୁ ବ୍ୟାପକ ଅସ୍ତ୍ରଶସ୍ତ୍ର , ଦୁଇଟି ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କ ପରିଚୟ ଜୁନୈଦ ଶିରଗୋଜରୀ ବୋଲି ଜଣାପଡିଛି ।

ନିହତ ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର, ଲସ୍କର ସହ ଥିଲେ ସମ୍ପୃକ୍ତ । ଏପରିକି ପୋଲିସ କନେଷ୍ଟବଳ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଜଣେ ସମ୍ପୃକ୍ତ ଥିଲା । ସନ୍ଧ୍ୟା ପ୍ରାୟ ୬.୫୫ ରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ କାଶ୍ମୀର ଜୋନ୍ ପୋଲିସ ଏକ ଟ୍ୱିଟ୍ ରେ ଏହା ବିଷୟରେ ସୂଚନା ଦେଇଛି।

Related posts

ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews

ଚଳିତ ବର୍ଷ ଶେଷରେ ମିଜୋରାମ ବିଧାନସଭା ନିର୍ବାଚନ, ନିର୍ବାଚନ ଆୟୋଗର ସମୀକ୍ଷା ବୈଠକ

mahabharatanews