Uncategorized

ଦେଶରେ ଗତ ୨୪ ଘଣ୍ଟାରେ ୩୮୦ କରୋନା ଜନିତ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ଥମିବାର ନାମ ନେଉ ନାହିଁ । ଗତ ୨୪ ଘଣ୍ଟାରେ ୧୦ ହଜାର ୬୬୭ ନୂଆ ସଂକ୍ରମିତ ଚିହ୍ନଟ ଓ ୩୮୦ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୯୧ ହୋଇଥିବା ବେଳେ ୯୯୦୦ ରୋଗୀଙ୍କ ମୃତ୍ୟୁ ହୋଇଛି। ୧ ଲକ୍ଷ ୫୩ ହଜାର ୧୭୮ ଜଣ ସକ୍ରିୟ ରୋଗୀ ରହିଛନ୍ତି। ୧ ଲକ୍ଷ ୮୦ ହଜାର ୧୩ ଜଣ ସୁସ୍ଥ ହୋଇଛନ୍ତି।
ମହାରାଷ୍ଟ୍ରରେ ରୋଗୀ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୪୪ରେ ପହଞ୍ଚିଛି। ଏହି ରାଜ୍ୟରେ ୪୧୨୮ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୨ୟ ସର୍ବାଧିକ ୪୬ ହଜାର ୫୦୪ ସଂକ୍ରମିତ ଥିବା ବେଳେ ୪୭୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ୟରେ ଦିଲ୍ଲୀରେ ୪୨ ହଜାର ୮୨୯ ଜଣ ସଂକ୍ରମିତ ଓ ୧୪୦୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗୁଜରାଟରେ ରୋଗୀ ସଂଖ୍ୟା ୨୪ ହଜାର ୧୦୪ ଥିବାବେଳେ ୧୫୦୬ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ଚନ୍ଦନ ତେଲ ଓ ପାଉଡର୍ର ରହିଛି ୫ଟି ଲାଭ

mahabharatanews

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

mahabharatanews