ଓଡିଶା

 ଦୀପିଳା ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଦୀର୍ଘ ୪ ଘଣ୍ଟା ଜେରା

(ଝାରସୁଗୁଡ଼ା) : ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପିଳା ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଆୟକର ବିଭାଗ । ଗତକାଲି ଏକ ଘରୋଇ ହୋଟେଲରେ ବିଶାଳଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ପଚରାଉଚରା କରିଛି ଆୟକର ବିଭାଗ । ତେବେ କେଉଁ କାରଣରୁ ବିଶାଳଙ୍କୁ ଜେରା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସୂଚନାନୁଯାୟୀ , ଶୁକ୍ରବାର ଏକ ଘରୋଇ ହୋଟେଲରେ ବିଶାଳଙ୍କୁ ଦୀର୍ଘ ୪ ଘଣ୍ଟା ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ନେଇ ସୂଚନା ରହିଛି । ତେବେ ଏହି ମାମଲା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶାଳ କିମ୍ବା ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ନିର୍ବାଚନ ରହିଛି ଭଉଣୀ ଦୀପାଳିଙ୍କୁ ଝାରସୁଗୁ଼ଡ଼ାରୁ ପ୍ରାର୍ଥୀ କରିଛି ବିଜେଡି ତେବେ ଏପରି ସ୍ଥିତିରେ ବିଶାଳଙ୍କୁ ଆୟକର ବିଭାଗ ଜେରା କରିବା ଘଟଣା ସରଗରମ କରିଛି ରାଜନୀତି ।

Related posts

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews

୨୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା

mahabharatanews