ଓଡିଶା

ବବିଙ୍କ ପରାମର୍ଶରେ ଲକଡାଉନ କଟକଣାରେ କୋହଳ

ଯାଜପୁର: ଯାଜପୁର ଜିଲ୍ଲା ବ୍ରହ୍ମ ବରଦାର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଯାଜପୁରରେ ଜଣେ ଲୋକଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ରାତିର ନିଦ ଯେମିତି ହଜି ଯାଇଥିଲା । କାଳ ବିଳମ୍ବ ନ କରି ସେ ଜିଲ୍ଲା ପ୍ରଶାସନ ସହ ବିଚାର ବିମର୍ଷ କରି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ ।

ତେବେ ଉକ୍ତ ବ୍ୟକ୍ତି ଏବେ ସୁସ୍ଥ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ବାତିଲ କରିଦେଇଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଲକଡାଉନ ଆସନ୍ତା ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଅତ୍ୟାବଶ୍ୟକ ଓ ଜରୁରୀ ସେବା ପ୍ରଦାନ କରୁଥିବା ଦୋକାନକୁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସମସ୍ୟାକୁ ନେଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଲକଡାଉନରେ ସାମାନ୍ୟ କୋହଳ କରାଯାଇଛି । ବିଧାୟକ ଜିଲ୍ଲା ପ୍ରଶାସନ ସହ ପିଲାଙ୍କ ପାଠ ପଢାରେ ସମସ୍ୟା, ସାଧାରଣ ଜନତାଙ୍କ ଗାଡି ମୋଟର, ସାଇକେଲ ଖରାପ ହେଉଥିବା ବେଳେ ଦୋକାନ ବଜାର ବନ୍ଦ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଥିଲେ । ଏଥିସହ ସାମୟିକ ଭାବେ କିଛି ଅତି ଜରୁରୀ ଥିବା ଦୋକାନ ଖୋଲିବାକୁ ସେ ଜିଲ୍ଲା ପ୍ରଶାସନକୁ ରାଜି କରାଇବାରେ ସକ୍ଷମ ହୋଇଥିଲେ । ତେଣୁ ବିଧାୟକଙ୍କ ପରାମର୍ଶ ଓ ପ୍ରସ୍ତାବର ଗୁରୁତ୍ୱକୁ ହୃଦୟଜ୍ଞମ କରି ଉପରୋକ୍ତ ସମୟ ମଧ୍ୟରେ ବହି ଦୋକାନକୁ ଖୋଲିବାକୁ ଖୋଲିବାକୁ ଅନୁମତି ଦେଇଛି । ସେହିପରି ଖରାଦିନ ହୋଇଥିବାରୁ ବିଭିନ୍ନ ବୈଦ୍ୟୁତିକ ଉପକରଣ ମରାମତି ହେବାର ଆବଶ୍ୟକତା ରହିଥାଏ ବା ପୋଡି ଯାଇଥାଏ । ତେଣୁ ସେସବୁର ମରାମତି ପାଇଁ ମଧ୍ୟ ବୈଦ୍ୟୁତିକ ଉପକରଣ ସାମଗ୍ରୀ ବିକ୍ରୟକାରୀ ଦୋକାନ ଖୋଲିବାକୁ କୁହାଯାଇଛି । ଏହା ବ୍ୟତୀତ ସାଇକେଲ୍ ମରାମତି ଦୋକାନ ଓ ଗ୍ୟାରେଜ୍ ଖୋଲା ରହିବ । ସେହିପରି ଓମ୍ଫେଡ୍ ଷ୍ଟଲ୍, ଦୁଗ୍ଧଜାତ ସାମଗ୍ରୀ ମିଳୁଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।

Related posts

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର

mahabharatanews

ଆଜିଠୁ ଚଣ୍ଡିଖୋଲ ବଜାର ଓଳିଏ ଖୋଲିବା ପାଇଁ ନିଷ୍ପତି

mahabharatanews

୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

mahabharatanews