ଓଡିଶା

ଆଜି ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ

(ବଲାଙ୍ଗୀର) : ଆଜି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ ଓଡ଼ିଶା ଗସ୍ତରେ ଆସିବା ସହ କନ୍ଧମାଳରେ ସଭା କରିବେ। ଓଡ଼ିଶାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳକୁ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ଓଡ଼ିଶାରେ ଭିଡ଼ ଜମିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ ,ଭୁବନେଶ୍ବରରେ ପହଞ୍ଚିବା ପରେ ମେ’ ଫେୟା‌ରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରାହ୍‌ଣ ୩ଟାରେ ଫୁଲବାଣୀରେ ଏକ ସାଧାରଣ ସଭାରେ ଯୋଗ ଦେବେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ କଂଗ୍ରେସର କୌଣସି ଶୀର୍ଷ ନେତୃତ୍ବ ଓଡ଼ିଶାକୁ ପ୍ରଚାର ପାଇଁ ଆସି ନ ଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳକୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓଡ଼ିଶା ଗସ୍ତରେ ଆସିବେ ପ୍ରଚାର କରିବେ।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସଂଖ୍ୟା ୪୪୧କୁ ବୃଦ୍ଧି 

mahabharatanews

୮ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନଶନ

mahabharatanews

 ୫ରେ ପାଗ ମେଘୁଆ 

mahabharatanews